February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଦ୍ୟାଳୟ ଉପରେ ୧୧କେଭି ବିଦ୍ୟୁତ୍ ତାରଅଭିଯୋଗର ଦେଢବର୍ଷ ପରେବି ପଦକ୍ଷେପ ଶୂନ୍‌


ଆଗରପଡ଼ା : ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇପାରୁନାହିଁ । ବନ୍ତ ବ୍ଲକ ଓଡ଼ଙ୍ଗ କ୍ଲଷ୍ଟର ଅଧିନସ୍ଥ ସରକାରୀ ସଂଯୁକ୍ତ ମଙ୍ଗୁଲି ଉ.ପ୍ରା.ବିଦ୍ୟାଳୟ ଠାରେ ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ୧୯୬୮ ମସିହାରେ ସ୍ଥାପିତ ଉକ୍ତ ବିଦ୍ୟାଳୟ ପରିସର ଦେଇ ୧୧କେଭି ବିଦ୍ୟୁତ ତାର ଯାଇଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଠି କରିବା ସହ ଖେଳ କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ବିଭିନ୍ନ ସମୟରେ ଉଚ୍ଚପଦାଧିକାରୀ ମାନେ ଏହି ବିଦ୍ୟାଳୟକୁ ପରିଭ୍ରମଣରେ ଆସୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ଅଟେ । ଏଥି ପାଇଁ ଅଭିଭାବକମାନେ ସବୁ ବେଳେ ଚିନ୍ତାରେ ରହୁଛନ୍ତି । ଏହି ସମସ୍ୟାକୁ ନେଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ଗତ ବର୍ଷ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ,ବିଡ଼ିଓ ଏବଂ ବିଇଓ ଏଥିନେଇ ଅବଗତ କରାଇଥିଲେ । ଅଭିଯୋଗକୁ ଇତି ମଧ୍ୟରେ ଦେଢବର୍ଷ ବିତିଯାଇଥିଲେ ସୁଦ୍ଧା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ସରକାରୀ ସ୍ତରରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ କରାଯାଉଥିଲେ ସୁଦ୍ଧା ସ୍କୁଲ ମାନଙ୍କର ସଠିକ ରକ୍ଷଣାବେକ୍ଷଣ କରିବା ଓ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଅଧ୍ୟୟନ କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବାରେ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେଲେ ଏହା ଶିକ୍ଷାର ମାନ ବୃଦ୍ଧି କରିବାରେ ସହାୟକ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି । ତେଣୁ ଚଳନ୍ତି ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ସହ ଏହା ଯେପରି ପ୍ରହସନରେ ପରିଣତ ନହୁଏ ସେଥି ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।