MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡିଶାକୁ ଦିଲ୍ଲୀ , ଗୁଜୁରାଟ ମଧ୍ୟ ପ୍ରଦେଶ ସହିତ ସମକକ୍ଷ କରାଗଲା

ମୋଟିଭି ଓଡିଶା ବ୍ୟୁରୋ : ଚଳିତ ନିର୍ବାଚନରେ ଓଡିଶାରେ ବିଜେପି ୨୧ ରୁ ୨୦ ଲୋକସଭା ସିଟ ହାତେଇଛି । ଯାହା ଓଡିଶାକୁ ଦିଲ୍ଲୀ , ଗୁଜୁରାଟ ମଧ୍ୟ ପ୍ରଦେଶ ସହିତ ସମକକ୍ଷ କରାଇଛି । ଓଡିଶାରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ସାନଦାର ରହିଛି । 

ଦିଲ୍ଲୀରେ ୭ ରୁ ୭ ଲୋକସଭା ଆସନ ବିଜେପି ଜିତିଥିବା ବେଳେ ଗୁଜରାଟରେ ୨୬ ରୁ ୨୫ ଆସନ ଜିତିଛି ବିଜେପି । ସେହିପରି ମଧ୍ୟପ୍ରଦେଶରେ ୨୯ ରୁ ୨୯ ଆସନରେ ବିଜେପିର ଲୋକସଭା ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏହା ସହିତ ତାଳ ମିଳାଇଛି ଓଡିଶା । ୨୧ ରୁ ୨୦ ଲୋକସଭା ଆସନ ଦଖଲ କରିଛି । ଓଡିଶାର ପରିବେଶ ବିଜେପି ପାଇଁ ଅନୁକୁଳ ରହିଥିବା କଥା କହିଥିଲେ ବିଜେପିର ବରିଷ୍ଠ ନେତା କୁଶାଭାଉ ଠାକରେ, ସୁନ୍ଦର ସିଂ ଭଣ୍ଡାରୀ । ୧୯୯୩, ୧୯୯୪ ଏବଂ ୧୯୯୫ ମସିହାରେ ଏହି ଆକଳନ କରିଥିଲେ ବିଜେପିର ଏହି ତୁଙ୍ଗ ନେତା । ସେମାନଙ୍କ ଦୁରଦୃଷ୍ଟି ଏବେ ସତ ହୋଇଛି । 

ସେପଟେ କାଲି ଓଡିଶାର ନବ ନିର୍ବାଚିତ ବିଜେପି ସାଂସଦ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ବିଜେପି ସାଂସଦମାନେ ଦିଲ୍ଲୀରେ ପହଂଚୁଛନ୍ତି । ଆସନ୍ତାକାଲି ବସୁଛି ବିଜେପିର ସଂସଦୀୟ ବୋର୍ଡ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଔପଚାରିକ ଭାବେ ସଂସଦୀୟ ଦଳର ନେତା ଭାବେ ଚୟନ କରାଯିବ । ପରେ ରାଷ୍ଟ୍ରପତିଙ୍କ ନିକଟକୁ ସରକାର ଗଠନର ଦାବି ନେଇ ଯିବେ ପ୍ରଧାନମନ୍ତ୍ରୀ । ୯ ତାରିଖରେ ସନ୍ଧ୍ୟା 6ଟା ସମୟରେ ନରେନ୍ଦ୍ର ମୋଦି ୧୮ତମ ଲୋକସଭାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ଏହା ପୂର୍ବରୁ ଆଜି ନିର୍ବାଚନ କମିଶନ ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନବ ନିର୍ବାଚିତ ସାଂସଦ ମାନଙ୍କ ତାଲିକା ପ୍ରଦାନ କରିଛନ୍ତି । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।