MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୁମଡାମୁଣ୍ଡା ନକ ଆଉଟ ଫୁଟବଲ ଟେମରା କୁ ପରାଜୟ କରି ଡ଼ଙ୍ଗରିଗୁଡା ବିଜୟ।

କଳାହାଣ୍ଡି : ୦୯/୧୧


କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ କୁମଡାମୁଣ୍ଡା ମା ମାଉଳି ଫୁଟବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ନକ ଆଉଟ ଫୁଟବଲ ପ୍ରତିଯୋଗିତା ର ୩ୟ ଦିବସର ପ୍ରଥମ ମ୍ୟାଚ ଖେଳ ଡଙ୍ଗରିଗୁଡା ଓ ଟେମରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଦୁଇ ଦଳ ମଧ୍ୟରେ ଏକ ଚିତ୍ତାକର୍ଷକ ଖେଳଦେଖିବାକୁ ମିଳିଥିଲା । ଖେଳର ପ୍ରଥମାର୍ଦ୍ଧ ରେ ସାମନ୍ତର ରହିଥିବା ବେଳେ ଦିତ୍ୱୀୟାର୍ଦ୍ଧ୍ ରେ ଡଙ୍ଗରିଗୁଡା ଦଳ ୧-୦ ଗୋଲ ରେ ଟେମରାକୁ ପରାଜିତ କରିଥିଲା । ଖେଲ ଦେଖିବାକୁ ଅଞ୍ଚଳର ହଜାର ହଜାର ଫୁଟବଲ ପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା ।

ମୁଖ୍ୟ ଅତିଥି ଭାବେ କାଉଡ଼ଲା ସରପଞ୍ଚ ଦେବି ସିଂ ତାଣ୍ଡି,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲଷ୍ମୀକାନ୍ତ ଧଙ୍ଗଡ଼ାମାଝୀ, ସୁଧୀର ଗୋପାଳ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳକ ଭାବେ ସଂଜୀବ ଦୁର୍ଗା ଖେଲ ପରିଚାଳନା କରିଥିବା ବେଳେ ତାପସ କୁମାର ଦାସ ଓ ଭୁପିନ୍ଦ୍ର ଗୋପାଳ ଲାଇନ୍ ରେ ସହଯୋଗ କରିଥିଲେ ।

ଉକ୍ତ ଖେଳର ଧାରା ବିବରଣୀ ବରିଷ୍ଠ ସାମ୍ବାଦିକ ବସନ୍ତ ସରାବୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଫୁଟବଲ କମିଟି ସଭାପତି ଅନୀଲ କୁମାର ନାଏକ, ସଂପାଦକ ଗୋଲାପ ନାଏକ, ଭାଗୀରଥି ଦିଶାରୀ, ପୂର୍ଣଚନ୍ଦ୍ର ମାଝୀ, ଟିକଚନ ଦିଶାରୀ, ଘନଶ୍ୟାମ ନାଗ ପ୍ରମୁଖ ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।