ସୋର,୪/୧୧
ଆଜି ମଧ୍ୟାହ୍ନରେ ସୋର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁର ମାଙ୍କୁ ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀ ଦୁର୍ବ୍ୟବ୍ୟବହାର କରିବା ସାହିତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଗୋପାଳପୁର ଥାନା ଜୁଣିଆ ଗ୍ରାମର ପ୍ରଶାନ୍ତ ଦାସଙ୍କ ୩ ମାସର ଶିଶୁ ପୁତ୍ରର ଦେହ ଅସୁସ୍ଥ ଥିବାରୁ ସେ ଗତ ୩୧ ତାରିଖରୁ ତାଙ୍କୁ ଡାକ୍ତରଖନାରେ ଭର୍ତି କରିଛନ୍ତି। ଆଜି ମଧ୍ୟାହ୍ନରେ କାର୍ଯ୍ୟରତ ସଫେଇ କର୍ମଚାରୀ କ୍ୟାବନକୁ ଅପରିଷ୍କାର କରୁଥିବା ନେଇ ପ୍ରଶାନ୍ତ ଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିଲେ । ପରେ ଦୁଇଜଣ ସୁରକ୍ଷାକର୍ମୀ ବୁଝିବାକୁ ଆସି ସେମାନେ ମଧ୍ୟ ଗୀତାଞ୍ଜଳି ଓ ପ୍ରଶାନ୍ତଂକୁ ଗାଳିଗୁଲଜ କରିବା ସହିତ ଧସ୍ତାଧସ୍ତି ହୋଇଥିଲେ।
ଏନେଇ ପ୍ରଶାନ୍ତ ସୋର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ସଫେଇ କର୍ମଚାରୀ ମଧ୍ୟ ତାଙ୍କୁ ଗାଳିଗୁଲଜ କରାଯାଇଥିବା ନେଇ ଥନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ମୂଳେ ଘଟଣାର ତଦନ୍ତ ଆରମ୍ଭ କରିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।