ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ) ୦୪.୧୧.୨୪:
ଆଜି ନଭେମ୍ବର 4 ତାରିଖ ସୋମବାର NTPC ଦର୍ଲିପାଲିର ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣିର ନିର୍ଯ୍ୟାଶ ବାହାରି ପାରି ନାହିଁ । ଲୋକଙ୍କ ବିରୋଧାଭାଷ ସହ ବିଧାୟକଙ୍କ ଜନ ଶୁଣାଣି ବର୍ଜନ ପ୍ରଶାସନ ଓ କମ୍ପାନୀ ପାଇଁ ବାଧକ ସୃଷ୍ଟି ହୋଇଛି । ଜନ୍ ଶୁଣାଣି ର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ, କହିଲା ଜିଲ୍ଲା ପ୍ରଶାସନ ଓ ପରିବେଶ ବିଭାଗ ।

ଆଜି ଏହି ଜନ ଶୁଣାଣି ପାଇଁ NTPC ଦର୍ଲିପାଲି ଓ ଜିଲ୍ଲା ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ । କୌଣସି ଅପ୍ରିତୀକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ସଭା କାର୍ଯ୍ଯ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝିଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇ ଥିଲା। ତେବେ ସ୍ଥାନୀୟ ଅଞ୍ଚଳରେ NTPC ଆଖି ଦୃଶିଆ ଭାବେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ନାହିଁ । ମାତ୍ର ପ୍ରଦୂଷଣ ବଢ଼ାଇ ଚାଲିଛି।

ଗୋଟିଏ ପେଟ ପ୍ରଦୂଷଣ ର ଚାପ ଓ ଅନ୍ୟ ପଟେ କଂପାନିର ସ୍ଥାନୀୟ ଲୋକଙ୍କ ପ୍ରତି ଥିବା ମାରଣ ନୀତି ଲୋକଙ୍କୁ ଅସନ୍ତୋଷର ସ୍ଵାଦ ଦେଇ ଚାଲିଥିବାବେଳେ ଆଜି ସ୍ଥାନୀୟ ବିଧାୟକଙ୍କୁ ଅସମ୍ମାନ ହେବା ଲୋକଙ୍କୁ ଆହୁରି ବିବ୍ରତ କରିଛି। ବିଧାୟକ ସଭା ବର୍ଜନ କରିବା ସଙ୍ଗେ ସଙ୍ଗେ କେତେକ ଅଞ୍ଚଳ ବାସୀ ମଧ୍ୟ ସଭା ସ୍ଥଳ ଛାଡିଥିଲେ। ତେବେ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଅଛି ବୋଲି ଉଭୟ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗ କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।