January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ତିନିକୋଟି ଟଙ୍କା ର ପୋଲ ସହ ରାସ୍ତା ନିର୍ମାଣ ରେ ଅନିୟମିତତା ।

କୋଟି କୋଟି ଟଙ୍କା ର ନିର୍ମାଣ କାର୍ଯ୍ୟ ରେ ଅନିୟମିତତା । ବିଭାଗିୟ ଅସାଧୁ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ କର୍ମଚାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରୀକା ଯୋଗୁଁ ନିର୍ମାଣ କାର୍ଯ୍ୟର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ।

ସୁନ୍ଦରଗଡ (ଦେବେନ୍ଦ୍ର କୁମାର ଭିଟ୍ରିଆ) : ୦୪.୧୧.୨୪

କୋଟି କୋଟି ଟଙ୍କା ର ନିର୍ମାଣ କାର୍ଯ୍ୟ ରେ ଅନିୟମିତତା । ବିଭାଗିୟ ଅସାଧୁ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ କର୍ମଚାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରୀକା ଯୋଗୁଁ ନିର୍ମାଣ କାର୍ଯ୍ୟର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ।

ସୁନ୍ଦରଗଡ ସଦର ବ୍ଲକରେ କୁଣ୍ଡୁକେଲା ରୁ କୁଡାବଗା ଗ୍ରାମକୁ ସଂଯୋଗ କରୁଥିବା ଏକ 5 କେଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଅଛି ଯେଉଁଥିରେ ଏକ ବଡ ପୋଲ ବି ସାମିଲ ରହିଅଛି । ଏହି କାର୍ଯ୍ୟଟି ସୁନ୍ଦରଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନରେ ହେଉଅଛି । କାର୍ଯ୍ୟାରମ୍ଭ ତାରିଖ 09.02.2024 ରହିଥିବା ବେଳେ କାର୍ଯ୍ୟ ସମାପ୍ତି ତାରିକ 08.11.2024 ରହିଅଛି । ଏହି କାର୍ଯ୍ୟ ର ମାନ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।

ପୁର୍ବ ରୁ ଏହି ରାସ୍ତ ଟି ଓ ରାସ୍ତା ମଝି ରେ ରହିଥିବା ପୋଲଟି ଜରାଜୀର୍ଣ ଅବସ୍ଥା ରେ ରହିଥିବାରୁ ପୁର୍ବ ସରକାର ଏହି ରାସ୍ତା ର ପୁନଃ ଉଦ୍ଧାର ପାଇଁ ନିର୍ବାଚନ ପୁର୍ବରୁ 3 କୋଟି 12 ଲକ୍ଷ 66 ହଜାର 595 ଟଙ୍କା ମଞ୍ଜୁର କରି ସୁନ୍ଦରଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଜରିଆ ରେ କାର୍ଯ୍ୟ ଆରମ୍ଭ କରାଇଥିଲେ । ମାତ୍ର ବ୍ୟାପକ ପିସି କାରବାର ପାଇଁ ଏହି କାର୍ଯ୍ୟ କୁ କୌଣସି ବିଭାଗିୟ କତ୍ତୃପକ୍ଷ ପରିଦର୍ଶନ ପାଇଁ ଯାଉଥିବା ଭଳିଆ ପ୍ରତିତ ହେଉନାହିଁ । ଏହି ରାସ୍ତା ନିର୍ମାଣ ରେ ନିର୍ମାଣ ହେଉଥିବା ଏକ ବଡ ପୋଲ ର କଂକ୍ରୀଟ କାର୍ଯ୍ୟ ଯଥା ପୋଲ ଓ ଗାର୍ଡୱାଲ ନିର୍ମାଣ ଅତି ନିମ୍ନମାନର ହୋଇଥିବା ସମ୍ପୁର୍ଣ ଦୃଶ୍ୟମାନ ହୋଉଛି । କଂକ୍ରୀଟ କାମରେ ଅନେକ ସ୍ଥାନରେ ସିମେଣ୍ଟ ମସଲା ରେ ପେଚ୍ ମରାଯାଇଥିବା ଦୃଷ୍ଟିଗୋଚର ହେଉଛି ।

ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟଟି ଏକ ବଡ ଠିକାଦାର ସଂସ୍ଥା ଶ୍ରୀ ପ୍ରଦୀପ କୁମାର ଅଗ୍ରୱାଲ (ବେଲପାହାଡ, ଝାରସୁଗୁଡା) ଙ୍କ ନାମରେ ରହିଥିବା ବେଳେରହିଥିବା ବେଳେ ଏହି କାମର ତଦାରଖ ପାଇଁ ଶ୍ରୀ ସୁମନ୍ତ ପଟେଲ ଠିକା ସଂସ୍ଥା ତରଫରୁ ସ୍ୱୀକୃତ ହୋଇଅଛନ୍ତି । ଏହି ବିଷୟରେ ସୁନ୍ଦରଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶୀର୍ବାଦ ପଣ୍ଡା ଙ୍କୁ ପଚାରିବାରୁ କାମ ଭଲ ହୋଇନଥିଲେ ତାକୁ ଭାଙ୍ଗି ଦିଆଯିବ କହିବା ସହ ଉଚ୍ଚ କର୍ତ୍ତୃପକ୍ଷ ଗଣମାଧ୍ୟମ ସମ୍ମୁଖରେ କୌଣସି ବି ମତ ରଖିବା ପାଇଁ ବରଣ କରିଥିବା କଥା କହିଛନ୍ତି । ପରେ ଏହି ନିର୍ମାଣ କାର୍ଯ୍ୟ ର ତଦାରଖ ପାଇଁ ରହିଥିବା ଯନ୍ତ୍ରୀ ଶ୍ରୀ ଖିରୋଦ କୁମାର ଭୋଇ ଙ୍କୁ ପଚାରିବାରୁ ବିଭାଗ ରେ ଯନ୍ତ୍ରୀ ସଂଖ୍ୟା କମ୍ ରହିଥିବାରୁ ସବୁ ନିର୍ମାଣ କାର୍ଯ୍ୟ ସ୍ଥାନରେ ରହିବା ଅସମ୍ବବ ବୋଲି କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।