MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଫଳ

ମୋଟିଭି ଓଡିଶା : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ର ଫଳାଫଳ l ଯୁକ୍ତ ଦୁଇ ଫଳାଫଳରେ ଦେଖିବାକୁ ମିଳିଛି ଯେ ପୁଅ ତୁଳନାର ଝିଅ ଆଗରେ। କଳାରେ ପାସ ହାର ୮୦. ୯୫ ପ୍ରତିଶତ ଥିବାବେଳେ ବିଜ୍ଞାନରେ ପାସ ହାର ରହିଛି ୮୬.୯୩ ପ୍ରତିଶତ। ବାଣିଜ୍ଯରେ ପାସହାର ୮୨.୨୭ ପ୍ରତିଶତ ଥିବାବେଳେ ଧନ୍ଦାମୂଳକ ପାସହାର ରହିଛି ୬୮.୦୨ ପ୍ରତିଶତ। ଗୋଟିଏ ଦିନରେ କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇଛି। ସବୁ ଷ୍ଟ୍ରିମରେ ପୁଅ ତୁଳନାରେ ଝିଅ ଭଲ କରିଥିବାବେଳେ କୌଣସି ପ୍ରତିଷ୍ଠାନରେ ଜିରୋ ରେଜଲ୍ଟ ହୋଇନାହିଁ। ଡିଜି ଲକରରେ ମାର୍କସିଟ୍ ଉପଲବ୍ଧ ହେଉଥିବାବେଳେ ପୂର୍ବବର୍ଷ ପରି କଲେଜରୁ ବି ଫଳ ଉପଲବ୍ଧ ହୋଇପାରିବ। www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।  ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଥିଲେ । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।