ମୋ ଟିଭି ଓଡିଶା / ଭୁବନେଶ୍ୱର :
ଆସନ୍ତା ୧୯ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ପାଣିପାଗ ମଡେଲ ଇସିଏମ୍ଡବ୍ଲ୍ୟୁଏଲଏଫ୍ ତା’ର ୧୫ଦିନିଆ ଆକଳନରେ ଦର୍ଶାଇଛି ଯେ, ୧୯ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଅବପାତ ଦ୍ବାରା ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ବିଦର୍ଭ, ଛତିଶଗଡ, ମଧ୍ୟପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, ମୁମ୍ବଇ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ସମ୍ଭାବ୍ୟ ବର୍ଷା ଦ୍ବାରା ଉପରୋକ୍ତ ରାଜ୍ୟଗୁଡିକ ମଧ୍ୟରୁ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି।
ଦକ୍ଷିଣ ଓଡ଼ିଶା ଉପକୂଳର ବଙ୍ଗୋପସାଗର ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲା ଲମତାପୁଟରେ ସର୍ବାଧିକ ୧୨୦.୪ ମି.ମି ବର୍ଷା ହୋଇଥିବାବେଳେ ନବରଙ୍ଗପୁର କୋଶଗୁମୁଡାରେ ୧୦୫.୨ମି.ମି ବର୍ଷା ରେକର୍ଡ କରାଯାଇଛି। ଏଥିସହିତ ଖୋର୍ଦ୍ଧା, ରାୟଗଡା, ନୟାଗଡ ଏବଂ ବରଗଡ ଜିଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଲଘୁଚାପ ଦକ୍ଷିଣ ଛତିଶଗଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ବିଦର୍ଭ ଅଞ୍ଚଳରେ ସକ୍ରିୟ ରହିଛି।
୨୬ତାରିଖ ବେଳକୁ ପଶ୍ଚିମବଙ୍ଗ ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ପୂର୍ବ, କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ୨୬ରୁ ୩୧ ତାରିଖ ମଧ୍ୟରେ ବର୍ଷା ହେବ ବୋଲି ଇସିଏମ୍ଡବ୍ଲ୍ୟୁଏଲଏଫ୍ ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ଛତିଶଗଡ, ମଧ୍ୟପ୍ରଦେଶ, ଝାଡଖଣ୍ଡ ଏବଂ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।