MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାହାନଗା ରେଳ ଦୁର୍ଘଟଣାକୁ ବିତିଲା ୧ ବର୍ଷ । ଥାନା ପରିସରରେ ପଡିଥିବା ବ୍ୟାଗ ଗୁଡିକ ଖୋଜୁଛନ୍ତି ତାଙ୍କ ଆତ୍ମୀୟମାନଙ୍କୁ।


ମୋଟିଭି ଓଡିଶା :
ରିପୋର୍ଟ – ତାଜୁଦ୍ଦିନ, ସୋର
ତା – ୦୨/୦୬/୨୪

ଅଦରକାରୀ ଵସ୍ତୁ ଭାବେ ବ୍ୟାଗ ଗୁଡିକ ପଡିରହିଛି ଖନ୍ତାପଡା ଥାନା ବାରଣ୍ଡାରେ । ସତେ ଯେମିତି ଅଲୋଡା,ଅଖୋଜା ହୋଇଯାଇଛି। ଯଦି ବସ୍ତୁ ଗୁଡିକର ତୁଣ୍ଡ ଖୋଲୁଥାନ୍ତା ତାହେଲେ ସେମାନେ ଚିନ୍ହା ଦେଇଥାନ୍ତେ ଆପଣାର ବ୍ୟକ୍ତି ମାନଙ୍କୁ। ଆଉ ନିଜର ବୁକୁ ଭିତରେ ସାଇତା ହୋଇ ରହିଥିବା ଦ୍ରବ୍ୟ ଗୁଡିକ ଆତ୍ମୀୟମାନଙ୍କୁ ପାଇ କେତେ ଖୁସି ହୋଇଥାନ୍ତେ। ଘଟଣାକ୍ରମେ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ସେଦିନଥିଲା ଠିକ ଜୁନ ଦୁଇ ତାରିଖ, ଅଶୁଭ ଶୁକ୍ରବାର । ସମୟ ସନ୍ଧ୍ୟା ୬.୪୪ ମିନିଟ। ସଂଧ୍ୟା ସମୟରେ ବାହାନଗା ରେଳ ଦୁର୍ଘଟଣାରେ ଖଣ୍ଡ ବିଖଣ୍ଡିତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର ହାଉଡା ଓ ମାଲବାହୀ ଟ୍ରେନ।

କାଳ ରାତି ଭଳି ମାଡ଼ିଆସିଥିଲା କରମଣ୍ଡଳ ଏକ୍ସପ୍ରେସ। ନିମିଷକେ ମଧ୍ୟରେ ଲୌହ ଦାନବ ମାନବ ରକ୍ତ ଶୋଷି ବିକଟାଳ ପାଲଟିଗଲା। କେହି କିଛି ବୁଝିବା ଆଗରୁ ଚାଲିଗଲା ନିରୀହ ଲୋକଙ୍କ ଜୀବନ। ଟ୍ରେନ ଲାଇନ କଡ଼ରେ ବିଛାଡି ହୋଇପଡିଥିବା ଶବ ଗୁଡିକ ନିସ୍ତବ ପାଲଟିଯାଇଥିଲା।ନିମିଷେକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୨୯୨ ଜଣ ମୃତାହତ ହୋଇଥିବା ବେଳେ ଶତାଧିକ ବ୍ୟକ୍ତି ଆହତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ଜୀବନ ଦୀପ ଲିଭିବାପରି ଅନେକ ନିରୀହଙ୍କ ଜୀବନ ଦୀପ ଲିଭିଯାଇଛି। କାହାର ସ୍ୱାମୀକୁ ହରାଇ ପତ୍ନୀ ଗୁମୁରୀ କାନ୍ଦୁଛିତ ଆଉ କାହାର ଭେଣ୍ଡିଆ ପୁଅକୁ ହରାଇ ବାପା, ମା ହତବାକ ହୋଇଯାଇଛନ୍ତି। ଆଉଁ କେଉଁ ପରିବାର ଆତ୍ମୀୟ ସୋଜନଙ୍କୁ ନପାଇ ଚାରିଆଡେ ଖୋଜିବୁଲୁଛନ୍ତି ତ କେଉଁଠି ଦୁର୍ଘଟଣା ସ୍ଥଳରୁ ଆସବା ପତ୍ର ପାଇ ଜୀବିତ କି ମୃତ ଜାଣି ପାରୁନାଂହାନ୍ତି। ଚାରିଆଡେ ଶୁନସାନ। କିଏ ପୁଅ ର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲା ତ ଆଉ କିଏ ନିଜର ଆତ୍ମୀୟଙ୍କ ଜୀବନ ଯାଉଥିବାର ଦୃଶ୍ୟ ଦେଖି ସହିପାରୁ ନଥିଲେ। ପରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କୁ ନିକଟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ବାହାନଗା ଠାରେ ରଖାଯାଇଥିଲା। ପରିବାର ଲୋକେ ଦୁର୍ଘଟଣା ରେ ମର୍ତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚିନ୍ହଟ କରି ନେଇଯାଇଥିଲେ। ବିଦ୍ୟାଳୟ ପରିସରରୁ ରଖା ଯାଇଥିବା ମୃତବ୍ୟକ୍ତିଙ୍କ ମର ଶରୀରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଆଜି ଥାନା ପରିସରରେ ବ୍ୟାଗ ଗୁଡିକ ପଡି ନିଜର ଲୋକଙ୍କୁ ଖୋଜୁଥିବାର ଦୃଶ୍ୟ ସମସ୍ତଙ୍କୁ ପୁଣିଥରେ ସେଦିନର କାଳ ରାତିକୁ ମନେପକାଇ ଦେଉଛି…….

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।