MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁନ୍ଦରଗଡ଼ରେ 12 ଘଣ୍ଟିଆ ଭାରତ ବନ୍ଦ, ରାୟ ନ ବଦଳିଲେ ଆନ୍ଦୋଳନ ଭୟା ବହ ହେବ….



ମୋ ଟିଭି ଓଡିଶା / ସୁନ୍ଦରଗଡ଼ :
ଅଗଷ୍ଟ 1ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟ ବିରୋଧରେ ଏସ. ସି/ଏସ. ଟି ସମନ୍ଵୟ କମିଟି ଦ୍ଵାରା ଏହି ବନ୍ଦ ପାଳନ ହେଉଛି। ସମ୍ବିଧାନର ଅର୍ଟିକ୍ଲ-341ଓ 342କୁ ଏହି ରାୟ ବିରୁଦ୍ଧାଚଣ କରୁଥିବା କଥା ଏହି କମିଟି କହିଛି।

ମାନ୍ୟବର ସୁପ୍ରିମ କୋର୍ଟ ଏହା ଉପରେ ପୁନର୍ବିଚାର କରନ୍ତୁ ବୋଲି କମିଟି ନିବେଦନ କରିଛି। ତା ନ ହେଲେ ଏହି ଆନ୍ଦୋଳନ ଆଜି ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ବେଳେ ଆଗାମୀ ଦିନରେ ଏହାର ରୂପରେଖ ବଦଳିବା ସହ ଭାୟଙ୍କର ହେବ ବୋଲି ସୁନ୍ଦରଗଡ଼ ଏସ ସି/ଏସ ଟି କମିଟିର ଜିଲ୍ଲା ଆବାହକ ଚେତାବନୀ ଦେଇଛନ୍ତି।

ତେବେ ଏସ ସି/ଏସ ଟି କମିଟିର ଏହି ବନ୍ଦ ଡାକରା ସୁନ୍ଦରଗଡ଼ରେ ବେଶ୍ ପ୍ରଭାବ ପକାଇଛି। ବସ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ସରକାରୀ ଓ ବେସରକାରୀ ଅନଷ୍ଠାନଗୁଡିକ ବନ୍ଦ ଅଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ତେବେ ରାଜ୍ୟ ରାଜପଥ 10 କୁ ଆନ୍ଦୋଳନକାରୀ ମାନେ ବନ୍ଦ କରି ଏହି ଆନ୍ଦୋଳନକୁ ଜୋରଦାର କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।