ବାଲିଗୁଡ଼ା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଲଗା ଯାଇଥିବା ଗଞ୍ଜେଇ ଗଛକୁ ଅବକାରୀ ବିଭାଗ ସହ ମିଳିତ ସହଯୋଗରେ ବାଲିଗୁଡ଼ା ପୋଲିସ ଦ୍ବାରା ଗଞ୍ଜେଇ ଚାଷ ନଷ୍ଟ କରା ଯାଇଛି।
ସମ୍ପୂର୍ଣ୍ଣ ବେଆଇନ ଗଞ୍ଜେଇ ଚାଷ ଉପରେ ରୋକ ଲଗାଇବାକୁ ପୋଲିସ ବିଭାଗ ଅହରହ ଅଭିଯାନ ଚଳାଇ ଥିଲେ ମଧ୍ୟ ଗଞ୍ଜେଇ ଚାଷ ବଢିବାରେ ଲାଗି ଥିବା ଦେଖିବାକୁ ମିଳିଛି। ହେଲେ ଏ ନେଇ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କୁଟିକିଆ ପଞ୍ଚାୟତ ଅଞ୍ଚଳରୁ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଦଳ ସମେତ ଅବକାରୀ ଓ ଜଙ୍ଗଲ ବିଭାଗ ସଦଳବଳେ ଚଢଉ କରି ପ୍ରାୟ ୧୨୦ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ ସବୁ କାଟି ପୋଡି ନଷ୍ଟ କରି ଦିଆଯାଇଛି।
ଏ ସକ୍ରାନ୍ତରେ କେହି ଗିରଫ ହୋଇ ନଥିବା ବେଳେ ବାଲିଗୁଡ଼ା ଥାନାରେ ୩୨୭/୨୪ ରେ ଏକ ଏନଡିପିଏସ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଉକ୍ତ ଗଞ୍ଜେଇ ଚାଷ ପୋଡ଼ି କାର୍ଯ୍ୟରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ।
More Stories
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ।
ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା ।