February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗଲା ଦୃଷ୍ଟି ଶକ୍ତି ।

ମୋ ଟିଭି ଓଡିଶା / ଅନୁଗୋଳ :

ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଦୃଷ୍ଟି ଶକ୍ତି ହରାଇଛନ୍ତି ୧୩ ଜଣ ବ୍ୟକ୍ତି । ଅସ୍ତ୍ରୋପଚାର ପରେ ଆଉ ଦେଖିପାରୁ ନାହାନ୍ତି କିଛି ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଏକ ଘରୋଇ ଆଖି ହସ୍ପିଟାଲରେ । ଘଟଣା ପ୍ରଘଟ ହେବା ପରେ ପ୍ରଶାସନ ନିଜ ଆଡୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ ଆଇ ହସ୍ପିଟାଲ ସିଲ୍ କରିିଛି ଜିଲ୍ଲା ପ୍ରଶାସନ ।

ଅନୁଗୋଳ ସହର ଅମଲା ପଡ଼ାରେ ଥିବା ପ୍ରଧାନ ଆଇ କେୟାର ହସ୍ପିଟାଲରେ ଘଟିଛି ଏହି ଘଟଣା । ଡାକ୍ତରଙ୍କ ଖାମଖିଆଲ ନୀତି ପାଇଁ ଏବେ ରୋଗୀ ହେଉଛନ୍ତି ହନ୍ତସନ୍ତ । ଅନ୍ୟ କେହି କେହି ମଧ୍ୟ ଦୃଷ୍ଟି ଶକ୍ତି ହରାଇ ଥିବା ଅଭିଯୋଗ ହୋଇଛି । ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଆଖିରେ ସଂକ୍ରମଣ କାରଣରୁ ଦୃଷ୍ଟି ଶକ୍ତି ହରାଇଛନ୍ତି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିବା ରୋଗୀ । ଯାହାର ପରିଣାମ ଭୋଗୁଛନ୍ତି ୧୩ ଜଣ ନିରହ ବ୍ୟକ୍ତି । ଆଗକୁ ତାଙ୍କର ଦୃଷ୍ଟି ଶକ୍ତି ଫେରିବ କି ନାହିଁ ତାହା ସନ୍ଦେହ ।  ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୩ ବ୍ୟକ୍ତି ସମାନ ଦଶା ଭୋଗୁଛନ୍ତି ।

ସେପଟେ ଘଟଣାକୁ ଚପାଇବା ପାଇଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ବିଶ୍ଵଜିତ ଦେ ଓ ତାଙ୍କ ସହଯୋଗୀ ଡାକ୍ତର ଚନ୍ଦ୍ର ଶେଖର ପ୍ରଧାନ ଯେ କି ଏହି ଆଇ କେୟାର ସେଣ୍ଟର ଚଳାଉଛନ୍ତି । ସେମାନେ ସମସ୍ତ ରୋଗୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଇ ଚିକିତ୍ସା କରାଉଛନ୍ତି । ସେଠେରେ ଚିକିତ୍ସା କରୁଥିବା ଡାକ୍ତର ଆଖିରେ ସଂକ୍ରମଣ କରାଣରୁ ରୋଗୀମାନେ ଦେଖି ପାରୁ ନଥିବା କହିବା ସହ ଏହା ଏକ ସାଂଘାତିକ ତ୍ରୁଟି ବୋଲି କହିଛନ୍ତି । ତେବେ ଏହି ଘଟଣା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ପ୍ରଥମେ ଆଇ କେୟାରକୁ ସିଲ କରିବା ସହ ଏକ ସ୍ୱତନ୍ତ୍ର କମିଟି କରାଯାଇ ,ଏହାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।