ମୋ ଟିଭି ଓଡିଶା / ଭୁବନେଶ୍ୱର : ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ଜୟଦେବ ଭବନଠାରେ ପାଳିତ ହୋଇଛି l ଏହି ଅବସରରେ ” ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ : ଭୁଦାନ ଆନ୍ଦୋଳନର ଅବଦାନ ” ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନାଚକ୍ର ହୋଇଥିଲା l ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠବଳେ, ଅନ୍ୟତମ ଅତିଥି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଅନ୍ୟତମ ଅତିଥିଭାବେ ଜାତୀୟ ହରିଜନ ସେବକ ସଂଘର ସଭାପତି ଶଙ୍କର ସନ୍ୟାଲ, ଶେଖ ଅବଦୁଲ ୱାଲି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l
ବସନ୍ତ ରାଣା ବିନୋବା ଭାବେ ପ୍ରତିଷ୍ଠାନକୁ ଦେଢ଼ ଏକର ଜମି ପ୍ରଦାନ କରିଥିବାବେଳେ କେତକ ଦିବ୍ୟାଙ୍ଗ କେନ୍ଦ୍ରମନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଅନୁରୋଧ ପତ୍ର ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ ବିଷୋୟୀ, ବିଷ୍ନୁପ୍ରିୟା ମିଶ୍ର, ବୃନ୍ଦାବନ ମିଶ୍ର, ରାଜକିରଣ ପାଣିଗ୍ରାହୀ, ଅର୍ଜୁନ ସାହୁ ପ୍ରମୁଖଙ୍କୁ ସର୍ବୋଦୟ ସେବା ସମ୍ମାନ ପ୍ରଦାନ ସହିତ ସରୋଜ କୁମାର ବିଶ୍ୱାଳଙ୍କୁ NATIONAL EDUCATION EXCELLENCE AWARD – 2024 ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ସଂଯୋଜନା କରିଥିଲେ ମହିଳା ଅଧିକାର ଅଭିଯାନ ଅଧ୍ୟକ୍ଷା ଡ଼ଃ. ରୀନା ରାଉତରାୟ l ଆମ୍ବେଦକର ଇଣ୍ଟରନ୍ୟାସନାଲର ସଭାପତି କାଳିଚରଣ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।