ବ୍ରାହ୍ମଣୀଗାଁ ପୋଲିସର ବଡ ସଫଳତା ।
ମୋଟିଭି ଓଡ଼ିଶା /ଦାରିଙ୍ଗବାଡି: (ସୁଶାନ୍ତ କୁମାର ସାହୁ) :
ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ସରାମୁଳି ଗ୍ରାମ ପଞ୍ଚାୟତ ନାଗେଟି ଗ୍ରାମ ନିକଟ ପାହାଡ଼ରୁ ୧୪୩୦ କେଜି ଗଞ୍ଜେଇ ସହିତ ଗୋଟିଏ ଦେଶୀ ବନ୍ଧକ ଜବତ କରି ଥିବା ଥନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ସୂଚନା ଦେଇଛନ୍ତି। ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶେଷ ସୁତ୍ରରୁ ପାଈ, ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ନେତୃତ୍ୱରେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏ ଏସଆଇ ଶଙ୍କର ୱାଡ଼ାକା, ଏଏସଆଇ ରମାକାନ୍ତା ସେଠି, ଥାନା ଗୃହରକ୍ଷୀ ସମୂହଙ୍କ ସହିତ ଥାର୍ଡ ଏସଏସବିଏନ (ଗଜପତି) ପୋଲିସ ବାହିନୀ ସାମିଲରେ ଗଞ୍ଜେଇ ଜବତ କରାଯାଇଛି।

ତିନି ଦିନ ଧରି ପେଟ୍ରୋଲିଂ ଜାରି ରଖି ଆଜି ବ୍ରାହ୍ମଣୀଗାଁ ପୋଲିସ ଗଞ୍ଜେଇକୁ ଠାବ କରି ସଫଳ ହୋଇଥିବା ଥାନା ଅଧିକାରୀଙ୍କ ସୂଚନା ରହିଛି। ଖବର ନେବାରୁ ଜଣା ପଡିଛି ଯେ ବାହାର ରାଜ୍ୟର ବେପାରୀ ସୀମାନ୍ତ ବର୍ତ୍ତି ଗଜପତି ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହକରି ନାଗେଟି ଜଙ୍ଗଲରେ ଗଞ୍ଜେଇ ହବ ତିରିଆରି କରି ବାହାର ରାଜ୍ୟକୁ ଚାଲାଣ କରୁ ଥିବା ଜଣାପଡିଛି। ବିଶେଷ ସୂଚନା ଯେ ଦିଲ୍ଲୀ ବ୍ୟବସାୟୀଙ୍କ ନେତୃତ୍ବରେ ଏହି ଅଞ୍ଚଳରେ ଗଞ୍ଜେଇ କାରବାର ହେଉଥିବା କୁହାଯାଉଛି। ବ୍ରାହ୍ମଣୀଗାଁ ଥାନା ପକ୍ଷରୁ କେସ ନଂ ୭୧/୨୪ ରୁଜୁ କରା ଯାଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।