MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମାଛ ଧରାକୁ ନେଇ ୧୬ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୩ ଡ଼ଙ୍ଗା ଜବତ

ଖୋର୍ଦ୍ଧା : ୦୮/୧୧/୨୪

ଆଜି ପୂର୍ବାହ୍ନରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୧୬ ଜଣ ମତ୍ସ୍ୟଜୀବୀ ଗିରଫ ସମେତ ୩ ଡ଼ଙ୍ଗା ଜବତ ହୋଇଛି। ସମସ୍ତ ଗିରଫ ଅଭିଯୁକ୍ତ ମାନେ ଚନ୍ଦ୍ରାପୁଟ ଗ୍ରାମର ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେମାନଙ୍କ ନିକଟରୁ ୭୫ ପଟ ଡୁବି ଜାଲ, ୪୭ ଟି ନେଟ ଜାଲ, ୩ଟି ବାଉଁଶ କାତ, ୩ଟି ଥର୍ମ କୁଲ ବାସ୍କ ଓ ୩ଟି ମୋବାଇଲ ଜବତ କରାଯାଇଛି। ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ଅବାଧ ପ୍ରବେଶ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।