MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

18 ତମ ପ୍ରବାସୀ ଭାରତୀୟ ଦିବସ

‘ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରଣୀ କରିବାକୁ ଆମେ ପ୍ରତିବଦ୍ଧ’ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା

 

ଭୁବନେଶ୍ବର 08/01/2025:

ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଏବଂ ପରମ୍ପରା କାଳଜୟୀ ହୋଇଥିବାବେଳେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ  ଭରପୁର ଆମ ରାଜ୍ୟର  ଲୋକକଳା, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ସଂଗୀତ ଓ ଖାଦ୍ୟ ପରମ୍ପରାର ସ୍ଵାତନ୍ତ୍ର୍ୟ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ । ଓଡିଶାକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରାଇବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି । 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିନ ‘ଓଡ଼ିଶାର ଶ୍ରେଷ୍ଠ ସୁରକ୍ଷିତ ରହସ୍ୟର ଉନ୍ମୋଚନ’ ପ୍ରସଙ୍ଗ ଉପରେ ଆୟୋଜିତ ଅଧିବେଶନରେ ଶ୍ରୀମତୀ ପରିଡା ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନଗୁଡିକ ଉପରେ ଆଲୋକପାତ କରିଛନ୍ତି । 

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ଓଡିଶାକୁ ଦେଶ ଓ ବିଦେଶରୁ ଆସିଥିବା ଅତିଥିମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ, ଫଳରେ  ସେମାନେ ଆମର କଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ । ଆମ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ କରିବା ସହିତ ଲୋକକଳା ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ଇକୋ-ରିଟ୍ରିଟଗୁଡିକର ବହୁଳ ପ୍ରଚାର ଓ ପ୍ରସାର କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ଏବଂ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ମହିଳାମାନଙ୍କର ଅଗ୍ରଣୀ ଭୂମିକା ରହିବ ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ।

ଆଲୋଚନାରେ ଭାରତର ଜି-୨୦ ଶେରପା ଶ୍ରୀ ଅମିତାଭ କାନ୍ତ, ବିଶିଷ୍ଟ ସେଫ୍ ଶ୍ରୀ ସଂଜୀବ କପୁର, ଲଲିତ ସୁରୀ ହସପିଟାଲିଟି ଗ୍ରୁପର ସିଏମଡ଼ି ଜ୍ୟୋସ୍ନା ସୁରୀ, ୱେଡ଼ିଙ୍ଗ ଲାଇନର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଏମ. ଡ଼ି ଶ୍ରୀ ଚେତନ ବୋହରା, ଓଡ଼ିଶା ପର୍ଯ୍ୟଟନର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ପ୍ରମୁଖ  ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଅଭୟାରଣ୍ୟ, ଅରଣ୍ୟ ସମ୍ପଦ, ବନ୍ୟପ୍ରାଣୀ ସମ୍ପଦ ଓ ଖାଦ୍ୟ ସଂସ୍କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଶାର  ବିଶ୍ୱସ୍ତରୀୟ ପରିଚିତି ବାବଦରେ  ମଧ୍ୟ ମତବିନିମୟ ହୋଇଥିଲା ।

ବେଲଗାଡ଼ିଆ ପ୍ୟାଲେସର ନିର୍ଦ୍ଦେଶକ ଅକ୍ସିତା ଏମ ଭଞ୍ଜଦେଓ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।