January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଓଡିଶାର ୬ଟି ସହରରେ ଖୋଲିବ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍

ମୋ ଟିଭି ଓଡିଶା ବ୍ୟୁରୋ : କେନ୍ଦ୍ର ସରକାର ଦେଶର ଅପହଞ୍ଚ ଇଲାକାକୁ ଯୋଡିବା ନିମନ୍ତେ ତଥା ସେଠାକାର ଲୋକମାନଙ୍କୁ ସୂଚନା ଦେବା ଲକ୍ଷ୍ୟରେ ୨୩୪ଟି ନୂଆ ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବା ନିମନ୍ତେ ଆଜି ଇ-ନିଲାମ ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିପାଇଁ ରିଜର୍ଭ ମୂଲ୍ୟ ୭୮୪.୮୭ କୋଟି ଟଙ୍କା ରଖାଯାଇଛି। ଏହି ନୂଆ ୭୩୦ ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ମଧ୍ୟରେ ଓଡିଶାର ୬ଟି ସହରରେ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ।

ବାଲେଶ୍ବର ଜିଲ୍ଲାରେ ୩ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବାକୁ ଥିବା ବେଳେ ବାରିପଦାରେ ୩ଟି, ବ୍ରହ୍ମପୁରରେ ୪ଟି, ଭଦ୍ରକରେ ୩ଟି, ପୁରୀରେ ୩ଟି ଏବଂ ସମ୍ବଲପୁରରେ ୩ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ ଖୋଲିବ। ମାତୃଭାଷାରେ ସ୍ଥାନୀୟ ବିଷୟବସ୍ତୁକୁ ପ୍ରୋତ୍ସାହିତ କରିବା ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ଏଫଏମ ରେଡିଓକୁ ଟାୟାର ୨ ଏବଂ ଟାୟର ୩ ସହରକୁ ନେଇଯିବ। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ସ୍ଥାନୀୟ ପ୍ରତିଭାଙ୍କ ଉପରେ ଧ୍ୟାନ ଦେବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।