January 9, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୋଟିଏ ଶ୍ରେଣୀ କୋଠରୀ ରେ ଚାଲିଛି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ, ୩ ବର୍ଷ ହେଲା ଅଧପହନ୍ତରିଆ ନିର୍ମାଣ ଧୀନ ସ୍କୁଲ କୋଠା।


ମୋ ଟିଭି ଓଡିଶା / କଳାହାଣ୍ଡି:୦୨/୦୭(ସନତ ପ୍ରଧାନୀ)


ଉପାନ୍ତ ଅଞ୍ଚଳ ରେ ଶିକ୍ଷା କୁ ସାର୍ବଜନୀନ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ଯୋଜନା ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଭିତ୍ତିଭୂମି ଅଭାବ ଯୋଗୁଁ ଉପାନ୍ତ ଅଞ୍ଚଳ ରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକର ଆମପାଣି ପଞ୍ଚାୟତର ଉପାନ୍ତ ଆଦିବାସୀ ବହୁଳ ବିରିମୁହାଁଣ ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ, ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ ୯୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ଗୋଟିଏ ଶ୍ରେଣୀ କୋଠରୀ ମଧ୍ୟରେ ୮ ଶ୍ରେଣୀ ର ପିଲା ଏକାଠି ଶିକ୍ଷା ଗ୍ରହଣ କରୁଛନ୍ତି। ତେବେ ଏଠାରେ କେମିତି ପାଠପଢା ହେଉଥିବା ତାହା ସହଜେ ଅନୁମେୟ। ଗୋଟିଏ ଶ୍ରେଣୀ କୋଠରୀ ରେ ଜାକିଜୁକି ହୋଇ ରହିଛନ୍ତି ଛାତ୍ରଛାତ୍ରୀ। ସ୍କୁଲ ରେ ଶିକ୍ଷା ଦାନ ପାଇଁ ୪ ଜଣ ଶିକ୍ଷକ ରହିଛନ୍ତି। ତେବେ ଶ୍ରେଣୀ କୋଠରୀ ନଥିବା କାରଣରୁ ଗୋଟିଏ କୋଠରୀ ମଧ୍ୟରେ ଅ,ଆ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ପଢ଼ା ଯାଉଛି।

ଆଜିକୁ ୩ ବର୍ଷ ତଳେ ସ୍କୁଲ ପାଇଁ କୋଠା ନିର୍ମାଣ ଆରମ୍ଭ ହୋଇଛି ଯେ ଆଜି ପର୍ଯ୍ୟନ୍ତ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ତେବେ କେଉଁ କାରଣରୁ ନିର୍ମାଣ ଧୀନ ସ୍କୁଲ କୋଠା କାମ ସରୁନାହିଁ ତାହା କୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି। ସ୍କୁଲ ପରିଚାଳନା କମିଟି ପକ୍ଷରୁ ସଭାପତି ତୁଳସୀ ମାଝୀ, ଉପ ସଭାପତି ଧନୁ ଦୁର୍ଗା, ପରମେଶ୍ୱର ମାଝୀ, ଲକ୍ଷ୍ମୀ ମାଝୀ,ଧନମତି ବାଣୁଆ,ବେଲାଲ ସିଂ ବେଶ୍ରା ପ୍ରମୁଖ ମଧ୍ୟ ଅନେକ ସମୟରେ ବ୍ଲକ ପ୍ରଶାସନ କୁ ଅଭିଯୋଗ କରିଛନ୍ତି, ହେଲେ କିଛି ସମାଧାନ ହୋଇନାହିଁ।ଏ ନେଇ ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ଙ୍କୁ ପଚାରିବାରୁ ଏହା ବ୍ଲକ ଅନୁଦାନ ରୁ ହେଉଅଛି ତେବେ କାହିଁକି କୋଠା ନିର୍ମାଣ ଶେଷ ହେଉନାହିଁ ତାହା ବ୍ଲକ ପ୍ରଶାସନ ନିକଟରେ ଖବର ଥିବ ବୋଳି କହିଛନ୍ତି। ଏନେଇ ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ଙ୍କ ପ୍ରତିକ୍ରିୟା ନେବାରୁ ଅନୁଦାନ ନଥିବା କାରଣରୁ କାମ ବାକି ରହିଥିଲା,ତେବେ ଅନୁଦାନ ଆସିଛି ଶୀଘ୍ର ସ୍କୁଲ କୋଠା ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବ ବୋଲି କହିଛନ୍ତି।

Latest news