February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖଣିବିଭାଗ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୨ମାଫିଆ ଗିରଫ।


ମୋ ଟିଭି ଓଡିଶା / ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଖଣି ମାଫିଆଙ୍କ ଆତଙ୍କ ରାଜ।ଦିନ ଦ୍ୱିପ୍ରହରେ ଖଣି ଅଧିକାରୀଙ୍କୁ ଗୋଡାଇ ପିଟିଲେ ଖଣି ମାଫିଆ।ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ ରେ ହୋଇଛି ଆକ୍ରମଣ। ମାଫିଆମାନେ ମାଡ ମାରିବା ସହିତ ଖଣି ଅଧିକାରୀଙ୍କ ଗାଡି ଭଗାଂରୁଜା କରିଥିଲେ। ସୂଚନାରୁ ଜଣା ପଡିଛି ଗୁରୁବାର ମଧ୍ୟାହ୍ନ ରେ ଖୋର୍ଦ୍ଧା ଖଣି ବିଭାଗ ଅଧିକାରୀ ଜଗନ ବେହେରାଙ୍କ ନେତୃତ୍ୱରେ ୫ଜଣ ସରକାରୀ କର୍ମଚାରୀ ବଡପୋଖରୀଆ ଠାରେ ଚାଲିଥିବା ବେଆଇନ ଖଣି ସର୍ଭେ କରିବାକୁ ଯାଇଥିଲେ।

ଖଣିବିଭାଗ ଅଧିକାରୀଙ୍କ ସହିତ ଥିଲେ ବନବିଭାଗ ଏସିଏଫ, ଭୁତତ୍ୱ ବିତ, ପରିବେଶବିତ, ରାଜସ୍ୱବିଭାଗ ଅଧିକାରୀ ଓ ସର୍ଭେୟର ଖଣି ଅଂଚଳ ସର୍ଭେ କରି ଫଟୋ ଉଠାଇ ଦୁଇଟି ଗାଡିରେ ଫେରୁଥିଲେ। ଖଣି ମାଫିଆମାନେ ଦଳବଦ୍ଧ ହୋଇ ବଡପୋଖରୀଆ ଶଅର ସାହି ରାସ୍ତା ଉପରେ ପଥର ପକାଇ ଗାଡି ଦୁଇଟିକୁ ଅଟକାଇ ଗାଡିରେ ଥିବା ଖଣି ବିଭାଗ ଅଧିକାରୀଙ୍କ ଡ୍ରାଇଭର ସମେତ ସମସ୍ତଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଖଣି ମାଫିଆଙ୍କ ମାଡରେ ସମସ୍ତେ ଘାଇଲା ହୋଇ ଆହତ ହୋଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି ଖଣି ବିଭାଗ ଅଧିକାରୀ। ଏନେଇ ଖୋର୍ଦ୍ଧା ଖଣି ବିଭାଗ ଅଧିକାରୀ ବିଳମ୍ବିତ ରାତିରେ ନିରାକାରପୁର ଥାନାରେ ୩୦ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ନିରାକାରପୁର ପୋଲିସ ୨ଜଣ ଖଣି ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆକ୍ରମଣ କରିଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି l ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ନିରାକାରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।