ସମ୍ବଲପୁର ଜିଲ୍ଲା କଟାପାଲି ନିକଟରେ ହାଇୱା ଧକ୍କାରେ ୨ ମୃତ ଓ ୨ ଆହତ l ମୃତକମାନେ ହେଲେ କର୍ଡୋଲା ଗ୍ରାମର ତଥା ଗୋଶାଳା ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ଚାରପାଲି ଗ୍ରାମର ବରିଷ୍ଠ ବିଜେପି ନେତା ମୁରଲୀଧର ଛୁରିଆ। ବିଜେପି କାର୍ଯ୍ୟକର୍ତ୍ତାଙ୍କ କାରକୁ ପଛ ପଟୁ ଗୋଡ଼େଇ ଗୋଡ଼େଇ ଧକ୍କା ଦେଇଥିଲା ହାଇୱା। ଦୁଇ ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ୪ ଜଣ ନାଉରୀ ନାୟକଙ୍କ ସହିତ ଭୁବନେଶ୍ୱର ଯାଇଥିଲେl ନାଉରୀଙ୍କ ବାସଭବନରୁ ନିଜ କାରରେ ଚିପିଲିମା ଫେରିବା ବେଳେ ରାତି ପ୍ରାୟ ସାଢ଼େ ୧ଟା ସମୟରେ କଟାପାଲି ନିକଟରେ ଦୁଇ ଥର ଧକ୍କା ଦେଇଥିଲା ଖବର ପାଇ ଗୋଶାଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା। ଏଣେ ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୁଲିସ ଗିରଫ କରିଥିଲା। ସ୍ଥାନୀୟ ଅଞ୍ଚଳରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।
ମୋ ଟିଭି ଓଡିଶା, ସମ୍ବଲପୁର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।