ମୋ ଟିଭି ଓଡିଶା / ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ ହୋଇଛି । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି CT & GST। ଏହି ମାମଲାରେ କିଛି ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି | ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଉନାହିଁ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ଜଣାଯାଇଛି। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରେ ସୁନା ଆସୁଥିବା CT & GST କୌଣସି ସୁତ୍ରରୁ ଖବର ପାଇଥିଲା। ପରେ CT & GSTର ଟିମ୍ ପୂର୍ବ ଯୋଜନା ମୁତାବକ ବାହାରେ ଛକି ରହିଥିଲା। ଜଣେ ବ୍ୟକ୍ତି ୨୦ କେଜି ସୁନା ଧରି ବିମାନ ବନ୍ଦରରୁ ବାହାରି ବେଳେ CT & GST ଟିମ୍ ମାଡ଼ି ବସିଥିଲେ। ବାଣୀବିହାରରେ ଥିବା CT & GST ଅଫିସକୁ ନେଇ ପଚରାଉଚରା କରାଯାଇଥିଲା। ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଇନଥିଲା। ଯାହାକୁ ନେଇ CT & GST ଟିମ୍ ଖୋଳତାଡ଼ ଆରମ୍ଭ କରିଛି। ଏହା ସୁନା ରାଜସ୍ଥାନରୁ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା CT GST ସୂତ୍ରରୁ ଜଣାପଡ଼ିଛି।
ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ…..

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।