୨୦୦ବୋତଲ ଆସ୍କା ଫର୍ଟି ମଦ ବେପାରୀ ଗିରଫ।
ଖୋର୍ଦ୍ଧା : ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ନିର୍ବାଚନକୁ ଆଖି ଆଗରେ ରଖି ମଦ ବେପାରୀ ମାନେ ହେଲେଣି ସକ୍ରିୟ । ନିର୍ବାଚନ ପୂର୍ବରୁ ମଦ ଗୁଡିକ ଗାଁ ଗହଳି ଅଂଚଳରେ ମହଜୁଦ ରଖି ବ୍ୟବସାୟ କରିବାକୁ ଚୋରା ମଦ ବେପାରୀ ମାନେ ମନ ବଳାଇଛନ୍ତି।
ଆଜି ଭୂଷଣ୍ଡପୁର ଅଂଚଳର ମଦ ବେପାରୀ ନିର୍ମଳ ବେହେରା ୨୦୦ବୋତଲ ଆସ୍କା ଫର୍ଟି ମଦ ଏକ ମୋଟର ସାଇକେଲରେ ନେଇ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିରାକାରପୁର ପୋଲିସ ପକ୍ଷରୁ ଡିଆ ଗାଁ ରାସ୍ତାରେ ଅତର୍କିତ ଚଢ଼ାଉ କରାଯାଇଥିଲା। ପୋଳିସ ଚୋରା ମଦ ବେପାରୀକୁ ଗିରଫ କରି ତା ଠାରୁ ୨୦୦ ବୋତଲ ଆସ୍କା ଫର୍ଟି ମଦ ଓ ବ୍ୟବହୃତ ମୋଟର ସାଇକେଲକୁ ଜବତ କରିଛି ପୋଲିସ।ଏନେଇ ନିରାକାରପୁର ଥାନାରେ ୧୧୯/୨୪ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।