ଖୋର୍ଦ୍ଧା : (ମୋଟିଭି ଓଡିଶା ) ୨୦୨୪ସାଧାରଣ ନିର୍ବାଚନ ବିଗୁଲ ବାଜିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ବିଜେଡି ଦଳ ରାଜନୈତିକ ମୈଦାନକୁ ଓହ୍ଲାଇଛି। ଖୋର୍ଦ୍ଧା ବିଧାନସଭା ପାଇଁ ବିଜେଡିରୁ ରାଜେନ୍ଦ୍ର କୁମାର ସାହୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ଖୋର୍ଦ୍ଧା ଟାଉନ ଟିଏମ଼ସି ରୋଡରୁ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୂଖ୍ୟମନ୍ତ୍ରୀଙ୍କ ବିକାଶ ଓ ଜନହିତକର କାର୍ଯ୍ୟକୁ ନେଇ ଭୋଟର ମାନଙ୍କୁ ପାଖକୁ ଯିବେ ଏବଂ ବିପୁଳ ଭୋଟ ବ୍ୟବଧରେ ବିଜୟୀ ହେବେ।

ସେହିପରି ଚିଲିକା ବିଧାନସଭା ପାଇଁ ବିଜେଡିରୁ ରଘୁନାଥ ସାହୁଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଟିଏମ଼ସି ରୋଡରୁ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ଭୃବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଜି ପ୍ରାର୍ଥୀ ପତ୍ର ଦାଖଲ ହୋଇଛି। ଭୂବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ସମର୍ଥିତ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ନିଜର ସମର୍ଥକ ମାନଙ୍କୁ ସାଥିରେ ଧରି ଏକ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେହିଭଳି ଭୂବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେପି ସମର୍ଥିତ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ବିଜେପି ଦଳର ସମର୍ଥିତ Listings ଅପରାଜିତା ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କିପରି ହେବ ସେଥିପାଇଁ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହି ତୀକ୍ଷ୍ଣ ନଜର ରଖିଥିବା ଦେଖିବାକୁ ମିଳିଛି।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।