February 4, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ହତ୍ୟାକାଣ୍ଡକୁ ବିତିଲାଣି ୨୨ଦିନ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ ହାତ ଖାଲି।

ମୋଟିଭି ଓଡିଶା : ପୁରୀ : ହତ୍ୟାକାଣ୍ଡକୁ ପୁରିଲାଣି ୨୨ଦିନ ହେଲେ ହତ୍ୟାକାଣ୍ଡରେ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ,  ପୋଲିସ ହାତ ଖାଲି। ସୂଚନାରୁ ଜଣାପଡିଛି ପୁରୀଜିଲ୍କା ଗଡିଶାଗୋଦା ଥାନା ଦେଇପୁର ଗ୍ରାମରେ ଦିନ ଦ୍ୱିପ୍ରହର ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ପୂର୍ବ ଶତୃତାକୁ କେନ୍ଦ୍ର କରି ଘଟିଛି ଅଘଟଣ। ମାରଣାସ୍ତ୍ର ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ। ଦେଇପୁର ଗ୍ରାମର ସମୀର ପଲାଇକୁ ଉକ୍ତ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ସହିତ ତାଙ୍କ ପରିବାର ଲୋକେ ୮ଜଣ ମିଶି ଅତି ବିଭସ୍ଛ ଭାବରେ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ପୂର୍ବ ଶତୃତାକୁ କେନ୍ଦ୍ର ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସମୀର ପଲାଇ ଘରେ ଖାଇ ଶୋଇଥିଲା ବେଳେ ୮ଜଣ ଘର ଭିତରେ ପଶି ସଂଘବଦ୍ଧ ହୋଇ ମିଳିତ ଭାବରେ ହାଣି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ମାନେ ଫେରାଇ ହୋଇଛନ୍ତି।

ହତ୍ୟାକାଣ୍ଡ ଘଟଣାରେ ମୃତକର ସ୍ତ୍ରୀ ଗଡିଶାଗୋଦା ଥାନାରେ ଗତ ୧୨.୫.୨୪ରିଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କ ଟେର ପାଇନାହିଁ। ଗଡିଶାଗୋଦା ଥାନା ପୋଲିସ ଥାନାରେ ଏକ ମାମଲା ରୁଜୁ କରି ୨୨ଦିନ ହେବ ଚୁପ ବସିଥିବାରୁ ପୋଲିସ ଭୂମିକା ଉପରେ ମୃତକର ପରିବାର ପକ୍ଷରୁ ସନ୍ଦେହ ଉପୁଜିଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର କୁ ପୋଲିସ ଜବତ କରିଛି। ଦେଇପୁର ଗ୍ରାମ ନିକଟରେ ଥିବା ପୋଖରୀରୁ ପୋଲିସ ତିନୋଟି ଖଣ୍ଡା ଗୋଟିଏ ଦେଶୀ ପିସ୍ତଲ ଜବତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ଟେର ପାଇନାହିଁ। ଆଜି ଗଡିଶାଗୋଦା ଥାନା ସମ୍ମୁଖରେ ମୃତକର ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଓ ପ୍ରତିବାଦ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ ନକଲେ ମୃତକର ସ୍ତ୍ରୀ ଓ ତାର ଦୁଇ ଶିଶୁ କିରୋସିନ ଢାଳି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।