MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତl ।

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ) : ୦୯/୧୧ :

ଶନିବାର ଅପରାହ୍ନ ୪ ଟା ସମୟରେ ୨୨ତମ ରାଜ୍ଯ ସ୍ତରୀୟ ସବ ଜୁନିଅର ବାଳକ ବାଳିକା ସିପକ୍ ଟାକ୍ରୋ ପ୍ରତିଯୋଗିତl ଉଦଘାଟନ ହୋଇ ଯାଇଛି l ଭବାନୀ ଭବନ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଏହି ଖେଳ ଚାଲିବ l

ଆଜି ମୁଖ୍ୟ ଅତିଥି ଭାବେ ମ୍ୟୁନିସପାଲିଟି ଚେୟାରମେନ ତନୟl ମିଶ୍ର ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସlହିତ କରିଥିଲେ l ସମ୍ମାନୀତ ଅତିଥି ଭାବେ ଓକିଲ ପ୍ରଣବ ହାତୀ, ଜିଲ୍ଲା ହକି ସଂଘର କାର୍ଯ୍ୟକାରୀ ସଭାପତି ରାମେଶ୍ବର ଟପ୍ପୋ, ସାମ୍ୱାଦିକ ହରିହର ଦାସ ମହାପାତ୍ର,କିରେ଼ଇ ହରି ପ୍ଲାଷ୍ଟରର ଜିଏମ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ l

ପ୍ରତିଯୋଗିତାରେ ବିଭିନ୍ନ ୧୬ ଜିଲ୍ଲାରୁ ବାଳକ ଓ ବାଳିକା ଦଳ ଯୋଗଦାନ କରି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ l ଆନ୍ତର୍ଜାତୀୟ ରେଫରୀ ବ୍ରଜ ମୋହନ ସାହୁ, ମହମ୍ମଦ ଗୁଲ୍ଫାମ, ନିରଜ୍ ସ୍ବାଇଁ,ଜାତୀୟ ରେଫରି ରାମ ଚନ୍ଦ୍ର ବାରିକ, ବ୍ରଜବନ୍ଧୁ କlଣ୍ଡି, ଲଲାଟେନ୍ଦୁ ସ୍ୱାଇଁ, କିରଣ ଶିଳା ବାର୍ଲl ଓ ଗୌରାଙ୍ଗ ଚରଣ ନାୟକ ଖେଳ ପରିଚlଳନl କରିଥିଲେ l ଉକ୍ତ ଖେଳକୁ ସୁନ୍ଦରଗଡ ଜିଲ୍ଲା ସିପକ୍ ଟାକ୍ରୋ ସଂଘ ଓ ଓଡ଼ିଶା ରାଜ୍ୟ ସିପକ୍ ଟାକ୍ରୋ ସଂଘ ଅୟୋଜନ କରିଛନ୍ତି l ଜିଲ୍ଲା ସେକ୍ରେଟାରୀ ରଥ ଖାଲକୋ, ରୂପକ କୁମାର ପ୍ରସାଦ, ସିଦ୍ଧାର୍ଥ ବକ୍ସି, ସୁଜିତ୍ ଗୋସ୍ୱାଇଁ ମିଞ୍ଜ, ସୁଶାନ୍ତ କୁମାର ଷଡଙ୍ଗୀ, ରସାନନ୍ଦ ମହାନନ୍ଦିଆ, ବିକାଶ କୁଆ, କାଜଲ ମଗର ଓ କୋଚ୍ ଲିପ୍ସା ଷଡଙ୍ଗୀ ପ୍ରତିଯୋଗିତାରେ ସହଯୋଗ କରିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।