(କୋଦଳା ଏନ. ଏ. ସି ର ମାରି ଖାଇବା ନୀତି )
ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏ. ସି ରେ ଚାଲିଛି ମାରି ଖାଇବା ନୀତି । ଏଇ କଥା ଆମେ ଏଥି ପାଇଁ କହୁଚୁ କି ସମୟ ବଦଳି ଯାଇଛି ଇତି ମଧ୍ୟରେ ସରକାର ମଧ୍ୟ ବଦଳିଯାଇଛନ୍ତି ପୂର୍ଵ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁକ୍ତା ଯୋଜନା ଆରମ୍ଭ କରିଥିଲେ ।
ସେହି ଯୋଜନାରେ କୋଦଳା ଏନ.ଏ. ସି ଠାରେ ଥିବା ପୁରୁଣା ମାଛ ବଜାର ନିକଟରେ ୧୨ଗୋଟି ଓ ମେଡିକାଲ ଛକ ନିକଟରେ ୧୬ଗୋଟି ଭେଣ୍ଡିଙ୍ଗ ଜୋନ ନିର୍ମାଣ କରାଯାଇଥିଲା ପ୍ରାୟ ୨୫ଲକ୍ଷ୍ୟ ଟଙ୍କା ବିନିମୟରେ ହୋଇଥିଲା । ଯାହାକୁ ନିଜେ ଅଧ୍ୟକ୍ଷ ଆପୃଭ କରିଥିଲେ ଗୋଟିଏ କାମ ସରିବାର ପ୍ରାୟ ଦୁଇ ବର୍ଷ ଓ ଆଉ ଏକ କାମ ସାରିବାର ଆଠମାସ ବିତି ଯାଇ ଥିଲେ ମଧ୍ୟ ଏଯାବତ କାହାରିକୁ ଭଡାରେ ଦିଆ ଗଲାନାହିଁ ଏବେ ଏମିତି କଣ ହୋଇଛି କି ଯାହା ଫଳରେ ସେହି ଘରକୁ ଭାଙ୍ଗିବା ଲାଗି ଷଡଯନ୍ତ୍ର କରୁଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ବୋଲି ସଂଗୀନ ଅଭିଯୋଗ ଆଣି ଛନ୍ତି କାଉସିଲର ଭଗବାନ ପାଢ଼ୀ ।
ପ୍ରକାଶ ଥାଉକି ବିଭିନ୍ନ ସମୟରେ ଏନ. ଏ. ସି ର ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତଳନ କରି ଆସୁଛନ୍ତି ଶ୍ରୀ ପାଢ଼ୀ। କିଛି ଦିନ ତଳେ ବେନିୟମ ଭାବରେ ୬୨ଟେଣ୍ଡର ବାହାର କରାଯାଇଥିଲା ସେଥି ମଧ୍ୟରୁ କିଛି କାମ ଆଗରୁ ସରିଯାଇଥିଲା ଯାହାର ପ୍ରତିବାଦ ମଧ୍ୟ ଶ୍ରୀପାଢ଼ୀ କରିଥିଲେ । ଫଳରେ ସେଇ କାମକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ଅଫିସର ।
ଏଣୁ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଶ୍ରୀ ପାଢ଼ୀ ନିବେଦନ କରିଛନ୍ତି କି ଏକ ନିର୍ଦେଶ ନାମା ଜାରି କରନ୍ତୁ ନିର୍ମାଣ ହୋଇଥିବା ଘରକୁ ନ ଭାଙ୍ଗି ଭଡାରେ ଦିଆ ଯାଉ ଯାହା ଫଳରେ ୨୮ଟି ପରିବାର ଛୋଟ ଛୋଟ ବେପାର କରି ନିଜ ଜୀବିକା ନିର୍ବାହ କରିବା ସହିତ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିବେ ।
ମୋ ଟିଭି ଓଡିଶା, ବ୍ୟୁରୋ ରିପୋର୍ଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।