MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଜ୍ରାଘାତରେ ୩ମୃତ ଓ ୨ଗୁରୁତର


ମୋ ଟିଭି ଓଡିଶା / ଆଗରପଡ଼ା :ତା୨୧/୮: ବୁଧବାର ଅବରାହ୍ନ ସମୟରେ ବର୍ଷା ସହ ବଜ୍ରପାତ ହେବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ୪ଜଣ ସମସ୍ତେ ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ବିଲରୁ କାମସାରି ଫେରୁଥିବା ସମୟରେ ଏହି ଅଘଟନ ଘଟିଥିଲା ।

ବନ୍ତ ବ୍ଲକ ଆଗରପଡ଼ା ଥାନା ଅନ୍ତର୍ଗତ କାଦବରାଙ୍ଗ ପଂଚାୟତ ଅଧିନ ଭଗାରାମ ଗ୍ରାମର ଗୌରହରି ଦାସ(୫୮)ବିଲରେ କାମ କରୁଥିବା ସମୟରେ ଓ ଚାରିଗାଁ ପଂଚାୟତ ଅଧିନ ଚାରିଗାଁ ଗ୍ରାମର ଗଣେଷ ଜେନା(୫୨)ବିଲରୁ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ସେହିପରି ଗୋପିନାଥପୁର ପଂଚାୟତ ଅଧିନ ଗୋପିନାଥପୁର ଗ୍ରାମର ରମାକାନ୍ତ ସାହୁ(୪୦)ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଚିକିତ୍ସତ ହେଉଛନ୍ତି । ଅନୁରୂପ ଭାବେ ଖଇରା ବ୍ଲକ ବର୍ତ୍ତନା ପଂଚାୟତ ଅନ୍ତର୍ଗତ ପଦୁନା ଗ୍ରାମର ରାକେଶ ତିଆଡ଼ି(୩୫)ଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ଚଂଚଳା ବାହାଲ(୪୮)ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଥିବାର ଆଗରପଡ଼ା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।