ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା( ସୁଶାନ୍ତ କୁମାର ସାହୁ) :
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ମୃତ୍ୟୁ ଓ ୬ଜଣ ଗୁରୁତର ଘଟଣା ର ଦୀର୍ଘ ୧୮ଦିନ ପରେ ସୋମବାର ଦିନ ପୁଣି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।

କଟକ ଏସ ସି ବି ରେ ଏକ ସ୍ବତନ୍ତ୍ର ଡ଼ାକ୍ତରୀ ଦଳ ଚିକିତ୍ସା କରୁଥିବା ବେଳେ ସମସ୍ତ ଚେଷ୍ଟା ପରେ ବି ଜିତା ମାଝୀଙ୍କ ର ମୃତ୍ୟୁ ଘଟିଥିଲା। ଖବର ପାଇ ମଙ୍ଗଳ ବାର ଦିନ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଦଳୀୟ କର୍ମୀଙ୍କ ସହ ମାଣ୍ଡିପଙ୍କାରେ ପହଞ୍ଚି ମୃତ ପରିବାର କୁ ସାନ୍ତ୍ଵନା ଦେବା ସହ କିଛି ଆର୍ଥିକ ସହାୟତା ଘୋଷଣା କରିଥିଲେ l
ଗୁରୁବାର ଦିନ ବିଧାୟକ ଙ୍କ ପ୍ରତିନିଧି ଦଳ ପିଟର ଦିଗାଲ , ପ୍ରଭଞ୍ଜନ ନାୟକ ଓ ବିନୋଦ ନାୟକ ମୃତକ ପରିବାର ରେ ପହଞ୍ଚି ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି।

ବିଧାୟକ ଙ୍କ ଗସ୍ତ ସମୟରେ ଜିତା ମାଝୀ ଙ୍କ ମୃତ୍ୟୁ ପରେ ତାଙ୍କ ୪ଝିଅ ଓ ଗୋଟିଏ ପୁଅ ଅସହାୟ ହୋଇ ପଡ଼ିଥିବା ଦେଖି ସେମାନଙ୍କ ମଧ୍ୟରୁ ଥଇଥାନ କରିବା ପାଇଁ ସରକାରୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଦୁଇଜଣ ଚିକିତ୍ସାଧୀନ ଅଵସ୍ଥା ରେ ଅଛନ୍ତି ସେମାନଙ୍କୁ ସରକାର ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି l ଏହା ସହ ପ୍ରତ୍ୟେକ ମୃତ ପରିବାର କୁ ସରକାର ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ଅନ୍ତତଃ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଦାବୀ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।