ଖୋର୍ଦ୍ଧା : ଚିଲିକା ନଳବଣ ରେ ନିଆଁ ଲଗାଇବା ବେଳେ ଧରାପଡିଛନ୍ତି ୩ ମତ୍ସ୍ୟଜୀବୀ l ୩ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ। ଚିଲିକା ନଳବଣ ଓ ନଳଘାସରେ ବାରମ୍ବାର ଲାଗୁଥିଲା ନିଆଁ , ଜଳିପୋଡି ପାଉଁଶ ହେଉଥିଲା ଏକର ଏକର ନଳଘାସ , ପକ୍ଷୀଙ୍କ ସହିତ ଜଳଚର ଜୀବ ଏବଂ ଜଳଜ ଉଦ୍ଭିଦ ଉପରେ ପଡୁଥିଲା ପ୍ରଭାବ ।
ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ଭୁଷଣ୍ଡପୁର ଚିଲିକା ମଧ୍ୟରେ ନିଆଁ ଲଗାଇ ଧରାପଡିଥିବା ମତ୍ସ୍ୟଜୀବୀମାନେ ହେଉଛନ୍ତି ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନସ୍ଥ ଆଳିପଡା ଗ୍ରାମର ରାଜୀବ ପଲେଇ , ଅଡାଲ ନିକଟସ୍ଥ ନୂଆଗାଁ ଗ୍ରାମର ସହଦେବ ସାହୁ ଓ ଗୋଲଖ ରାଉତ । ବନ୍ୟପ୍ରାଣୀ ବିଭାଗ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ କିରୋସିନ୍ , ଡିଆସିଲ୍ ଜବତ କରିଛି ।ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।