MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୋଖରୀରେ ବୁଡ଼ି ୩ ଶିଶୁ କନ୍ୟାଙ୍କ ମୃତ୍ୟୁ


ମୋ ଟିଭି ଓଡିଶା / ଆଗରପଡ଼ା : ତା୩୦/୭

ପୋଖରୀରେ ବୁଡ଼ି ୩ଜଣ ଅଙ୍ଗନବାଡ଼ି ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟଣା ଆଗରପଡ଼ା ମେଡ଼ିକାଲ ପରିସରରେ ଏକ ଣୋକାକୁଳ ପରିବେଶ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ;କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ଆତୁରୁକଣା ଅଙ୍ଗନବାଡ଼ି କେନ୍ଦ୍ରକୁ ସବୁଦିନ ପରି ମଙ୍ଗଳବାର ମଧ୍ୟ ପାୟଲ ପାତ୍ର(ସାଢେ ୪ବର୍ଷ),ଲିପ୍ସା ପାତ୍ର(ସାଢେ ୩ବର୍ଷ),ଭାରତୀ ପାତ୍ର(ସାଢେ ୪ବର୍ଷ)ସାଙ୍ଗମାନଙ୍ଗ ସହ ପଢିବା ପାଇଁ ଯାଇଥିଲେ । ଛଟି ହେବାପରେ ସମସ୍ତେ ପିଲାମାନେ ଘରକୁ ଫେରିଥିଲେ ସୁଦ୍ଧା ଉପରୋକ୍ତ ୩ଜଣ ଶିଶୁ ଘରକୁ ଫେରିନଥିଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ଅଭିଭାବକମାନେ ସବୁଆଡ଼େ ଖୋଜାଖୋଜି କରିଥିଲେ । ଏହି ୩ଜଣ ଶିଶୁ ଏକ ପୋଖରୀରେ ଭାସୁଥିବାର ଦେଖି ତୁରନ୍ତ ଆଗରପଡ଼ା ମେଡ଼ିକାଲକୁ ଆଣିଥିଲେ ମାତ୍ର ମେଡ଼ିକାଲରେ ପହଂଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ଘଟିଥିଲା ବୋଲି ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି । ଏହି ୩ଜଣଙ୍କ ମୃତ୍ୟୁ ପାଇଁ ଅଙ୍ଗନବାଡ଼ି ଦିଦିଙ୍କ ଅବହେଳାକୁ ଅଭିଭାବକମାନେ ଦାୟୀ କରିଛନ୍ତି । ଏହି ୩ଜଣ ଶିଶୁଙ୍କ ମଧ୍ୟରୁ ଦୀନବଂଧୁ ପାତ୍ରଙ୍କ ୨ଟି ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଜିଛି ସମୟ ପାଇଁ ଆଗରପଡ଼ା ମେଡ଼ିକାଲରେ ମୃତ ଶିଶୁଙ୍କ ସଂପର୍କୀୟମାନଙ୍କ ହୃଦୟ ବିଦାରକ କ୍ରନ୍ଦନ ଦୃଶ୍ୟ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।