January 5, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

୩ ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି। ୧୯୯୩ ବ୍ୟାଚ୍‌ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି। ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ଆର.ପି କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି। ସୁଶାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ବିଏସ୍‌ଏଫରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ୨୦୦୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ସେହିପରି ୨୦୦୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ଏବଂ ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ ସୋର,ଦୀର୍ଘ ଦିନର ଦାବି ସୋରବାସୀଙ୍କ ଗତକାଲି ପୂରଣ ହୋଇଛି l 36 ଗୋରୁ ଉଦ୍ଧାର କଲା ପୋଲିସ, ଡ୍ରାଇଭର ହେଲ୍ପର ଫେରାର ପ୍ରବାସୀ ଭାରତୀୟ ଦିବସରେ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ... ଲିଫ୍ଟ କେନାଲ ରୁ ଜଳସେଚନ ଓ ଡିପିଆର ପରିବର୍ତ୍ତନ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା। ରେଙ୍ଗାଳପାଲି ମଣ୍ଡି ଉଦଘାଟିତ, ଉତ୍ସାହ ର ସହ ଧାନ ବିକ୍ରି କଲେ ଚାଷି। କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ। ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା