ମୋ ଟିଭି ଓଡିଶା / ସୋର : ୦୫/୦୭
ଔପଦା ଟ୍ରିପିଲ ହତ୍ୟା ଘଟଣା ସିନକ୍ରିଏସ ବେଳେ ମୁଖ୍ୟଅଭିଯୁକ୍ତ ହତ୍ୟା ସମ୍ପର୍କରେ ବଖାଣିଲା l ଟ୍ରିପୁଳ ମର୍ଡର ଘଟଣାରେ ଘଟଣା ସ୍ଥଳରେ ପହଁଚିଲେ ବାଲେଶ୍ୱର ସାଇଣ୍ଟିପିକ ଟିମ ଓ ସିନକ୍ରିଏସନ ସହାୟତାରେ ଔପଦା ଆଇଆଇସିଙ୍କ ତଦନ୍ତ l ଗତକାଲି ଔପଦା ଥାନା ବରପଦା ପାହାଡ଼ ରୁ ୩ ଜଣ ଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ l

ବରପଦା ଗାଁର ମୁଖ୍ୟଅଭିଯୁକ୍ତ ମାଧ ସିଂ ଓ ତାର ଭାଇ ନିଜ ଘର ପଛ ପଟେ ସମ୍ବାରି ସିଂ, ଦାମ୍ପା ସିଂ ଓ ପାଗିଳି ସିଂକୁ ପ୍ରଥମେ ପିଟିପିଟି ମାରିବା ପରେ ବିଭତ୍ସ ଭାବେ ବେକ କାଟି ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲି ପାହାଡ଼ରେ ଫୋପାଡ଼ି ଦେଇଥିଲେ l ମୁଖ୍ୟ ଅଭିଯୁକ୍ତ ମାଧ ସିଂ କହିଛି ସମ୍ଭାରୀ, ଦମ୍ପା ସିଂ ଓ ତାର ସ୍ତ୍ରୀ ପାଗିଳି ସବୁବେଳେ ମାଧ ପରିବାର ସମେତ ଅନ୍ୟ ପରିବାରକୁ ଧମକ ଦେଉଥିଲା ଯାହା କହୁଥିଲା ସେ ସବୁ ସତ ହେଉଥିଲା l

ଘଟଣା ଦିନ ଅପରାହ୍ନ ୪ ଟାରୁ ସମ୍ବାରି, ଦମ୍ପା ଓ ପାଗିଳିକୁ ନିସ୍ତୁକ ଗାଁର ଆଠରୁ ନଅ ଜଣ ପିଟିପିଟି ମାରିଦେଲେ l ରାତିରେ ଭାର କରି ତିନି ମୃତକଙ୍କୁ ଦଲଦଲି ପାହାଡ଼ ଉପରେ ଫିଙ୍ଗି ଦେଲେ l ଏବେ ସମସ୍ତେ ପୋଲିସ ଠାରେ ଆତ୍ମ ସମର୍ପଣ କରିଛନ୍ତି କହିଛି ମୁଖ୍ୟ ଅଭିଯୁକ୍ତ ମାଧ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।