MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ୩ ଗୁରୁତର, ୧ ଆହତ।

ମୋଟିଭି ଓଡିଶା : କଳାହାଣ୍ଡି : ୦୪/୦୫ : କୋକସରା ବ୍ଲକ କାଉଡୋଳା ଲଡୁଗାଁ ରାସ୍ତାର ସୁନାମାଲ ଗାଁ ମଝିରେ ଥିବା ଏକ ବୁଲାଣିରେ ଉଭୟ ପଟୁ ଆସୁଥିବା ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ବାଇକରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣ ଯୁବକ ଗୁରୁତର ଓ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ସେମାନଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନା ପଠାଇଥିଲେ।

ଗୁରୁତର ଯୁବକ ହେଲେ ଦିନେଶ ନାଏକ (୧୯)ପୂର୍ଣ୍ଣ ମାଝୀ(୧୯) ମହମ୍ମଦ ଦିଲଖୁସ (୧୯) ଓ ସୁରେନ୍ଦ୍ର ସାହୁ (୫୪) ବୋଳି ଜଣାପଡିଛି। ୩ ଜଣ ଯୁବକ ଲଡୁଗାଁରୁ ବାଇକରେ ଟେମରାକୁ ଯାଉଥିବା ବେଳେ ଡୁଡୁକାଠେଙ୍ଗା ପଞ୍ଚାୟତ ବନ୍ଧ ପଡା ଗାଁ ର ରାଜେଶ ମାଝୀ ଓ ସୁରେନ୍ଦ୍ର ସାହୁ ଲଡୁଗାଁ ଟ୍ରାକ୍ଟର ମରାମତି ପାଇଁ ଯାଉଥିବା ବେଳେ ସୁନାମାଲ ବୁଲାଣିରେ ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଙ୍କ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ସଦର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।