February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୩ଜଣ ଟ୍ରେନ ଲୁଟେରା ଗିରଫ ୧୩ଟି ମୋବାଇଲ ଫୋନ ଜବତ।

ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧାରୋଡ ରେଳଡିଭିଜନ ବାଲୁଗାଁ ଆର୍‌ପିଏଫ ଏବଂ ବ୍ରହ୍ମପୁର ଜିଆର୍‌ପି ମିଳିତ ଭାବେ ଚଢ଼ଉ କରି ୩ ମୋବାଇଲ ଲୁଟେରାଙ୍କୁ ଗିରଫ କରି ୧୩ଟି ଚୋରା ମୋବାଇଲ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌଖ୍ୟଙ୍କ ସୂଚନା ମୁତାବକ ଚଳିତ ମାସ ୨୩ ତାରିଖରେ ଖଲ୍ଲିକୋଟ ରେଳ ଷ୍ଟେସନ ପରିସରରୁ ଜଣେ ପାସେଞ୍ଜରଙ୍କ ନିକଟରୁ ୩ ଜଣ ଲୁଟେରା ମୋବାଇଲ ଫୋନ ଲୁଟି ନେଇଥିଲେ। ଏ ନେଇ ବ୍ରହ୍ମପୁର ଜିଆରପି ୬୫/୨୪ ନଂରେ ଏକ ମାମଲା ରୁଜୁ କରିଥିଲା। ପରବର୍ତ୍ତୀ ସମୟରେ ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପି ମିଳିତ ଭାବେ ଏକ ଟିମ ଗଠନ କରି १४ ତାରିଖ ଦିନ ଦିନ ଖଲ୍ଲିକୋଟ ରେଳ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ପ୍ରଶାନ୍ତ ଜାଲି (୨୦), କେ. ଲକ୍ଷ୍ମଣ ପାତ୍ର ପାତ୍ର (୨୮) ଏବଂ ଆଲୋକ ପ୍ରଧାନ (୨୦)। ସେମାନଙ୍କ ନିକଟରୁ ନିକ ୧୩ଟି ମୋବାଇଲ ଫୋନ ଜବତ ହୋଇଛି। ତେବେ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଅଭିଯୁକ୍ତମାନେ ଖୋଦ୍ଧାରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ଟ୍ରେନରେ ଯାଉଥିବା ବିଭିନ୍ନ ପାସେଞ୍ଜରଙ୍କ ନିକଟରୁ ମୋବାଇଲ ଫୋନ ଲୁଟ କରୁଥିଲେ। ଅଭିଯୁକ୍ତମାନଙ୍କୁ ବ୍ରହ୍ମପୁର ଜି ଆରପି ପୋଲିସ କୋର୍ଟ ଚାଲାଣ କରିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।