January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ପେସିଆଲ ଡ୍ରାଇଭ ଓ ଅବକାରୀ ବିଭାଗର ମିଳିତ ଚଢଉ, ୩୩ ଜଣ ମହୁଲି ମଦ ବେପାରୀ ଗିରଫ ।

ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ)


ସୁନ୍ଦରଗଡ: ୨୬/୦୮: ଅବକାରୀ କମିଶନର ନରସିଂହ ଭୋଲ ଓ ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ହେମଗିରି, ଉଜ୍ଜଳପୁର ଓ ବଡ଼ଗାଁ ଅଞ୍ଚଳର ବିଭିନ୍ନ ମହୁଲି ମଦ ରନ୍ଧା ସ୍ଥାନ ମାନଙ୍କରେ ଅବକାରୀ ବିଭାଗ ଦ୍ୱାରା ଆତର୍କୀତ ଚଢ଼ାଉ କରାଯାଇଥିଲା । ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚଢ଼ାଉ ସମୟରେ ସାଲେବିରା, ରାଏଡିହି, ଚକୁଳିପଡ଼l, ପିଠାଭୂଇଁ, ଦଳକିଝରନ୍, ବଂଶିଦରହ, ଵିହାଜୋର୍ ଓ କୁଟକୁଟି ନାଳା ରୁ ୩୭୦୯ ଲିଟର ଦେଶୀ ରନ୍ଧା ମହୁଲି ମଦ, ୧୫ କ୍ଵିଣ୍ଟାଲ ୮୮୦ କେଜି ମହୁଲ ପୋଚ ସହିତ ୩ ଟି ମଟର ସାଇକେଲ ଜବତ କରିଛନ୍ତି । ଚଢ଼ାଉ ରେ ୫୭ ଗୋଟି ଅବକାରୀ କେସ ମାମଲା ରୁଜୁ ହୋଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଇଛି l ଏହି ଚଢ଼ାଉ ଦଳରେ ଅବକାରୀ ଅଧିକ୍ଷକ, ସଦର ରେଞ୍ଜ ର ଅବକାରୀ ନିରୀକ୍ଷକ ଯlଜ୍ଞସେନି ପ୍ରଧାନ ଓ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ରବି ନାରାୟଣ ପଧାନଙ୍କ ଜିଲ୍ଲାର ଉପ ଅବକାରୀ ନିରୀକ୍ଷକ ଓ ସହ-ଉପ ନିରୀକ୍ଷକଙ୍କ ମିଳିତ ଚଢାଉରେ ସାମିଲ ଥିଲେ । ଜବତ ହୋଇଥିବା ସମସ୍ତ ଜିନିଷର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୨୫ ହଜାର ୮୦୦ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।