ଆଉ ୨ ଦିନ ପରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଏଥିରେ ଯୋଗ ଦେବା ପାଇଁ ବିଦେଶରୁ ଆସିବେ ପ୍ରବାସୀ ଭାରତୀୟ। ତେବେ ଏହି ସମ୍ମିଳନୀ ପାଇଁ ୩୫୦୦ ପଞ୍ଜୀକରଣ ସରିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ପ୍ରବାସୀ ଭାରତୀୟ ଭଲ ଅନୁଭୂତି ନେଇ ଯିବାର ବ୍ୟବସ୍ଥା ହୋଇଛି । ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ଏହା ଏକ ବଡ଼ ସୁଯୋଗ । ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ପର୍ଯ୍ୟଟନ, ଶିଳ୍ପ ଉଦ୍ୟୋଗ, କଳାର ବିକାଶ ହେବ । ବିଶ୍ବ ସ୍ତରରେ ଓଡ଼ିଶାର ପ୍ରଚାର ହେବ କହିଛନ୍ତି ମୁଖ୍ୟ ସଚିବ । ସେପଟେ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ଏସଓଜି ଯବାନ ଏବଂ ଏସପିଜି ପକ୍ଷରୁ ମକ୍ଡ୍ରିଲ୍ କରାଯାଉଛି ।

ମୁଖ୍ୟ ଶାସନ ସଚିବ ମଧ୍ୟ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ଲାଗି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ । ଏଥିପାଇଁ ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । କେଉଁଠି ଉଦଘାଟନୀ ମଞ୍ଚ କାମ ଚାଲିଛି ତ’ ଆଉ କେଉଁଠି ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଷ୍ଟେଜ୍ ତିଆରି ଓ ସାଜସଜା । ସବୁଠି ରହିଛି ଓଡ଼ିଆ କଳା, ସଂସ୍କୃତି, କାରୁକାର୍ଯ୍ୟର ଛାପ ।ପ୍ରବାସୀ ଭାରତୀୟ ଦିବସ ପାଳନ ଲାଗି ଜନତା ମଇଦାନରେ ଛିଡ଼ା ହେଲାଣି ୧୦ଟି ବିଶାଳ ହ୍ୟାଙ୍ଗର । ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦଘାଟନୀ ଓ ଉଦ୍ଯାପନୀ ମଞ୍ଚ ରହିବ । ଏହାପାଖକୁ ଲାଗି ରହିଛି ପ୍ଲାନେରୀ ହ୍ୟାଙ୍ଗର, ଯେଉଁଠି ପ୍ରବାସୀ ଭାରତୀୟଙ୍କ ଲାଗି ବିଭିନ୍ନ ଅଧିବେଶନ ରହିବ । ଏହାପାଖକୁ ଲାଗି ରହିଛି ଥିମ୍ ପାଭିଲିୟନ । ଥିମ୍ ପାଭିଲିୟନରେ ମାଣ୍ଡଭି ଟୁ ମସ୍କଟ୍, ଦି ରାମାୟଣ, କଣ୍ଟ୍ରିବ୍ୟୁସନ ଅଫ୍ NRIS ଓ ଇନ୍କ୍ଲୁସିଭ୍ ଇଣ୍ଡିଆ ପାଭିଲିୟନ ସମେତ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ରହିଛି ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।