MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୩୬ ଘଣ୍ଟା ବିତିଲା, ଅପହୃତ ଡାକ୍ତରଙ୍କ ପତ୍ତା ମିଳୁନି

ମୋଟିଭି ଓଡିଶା : ମାଲକାନଗିରି: ମାଲକାନଗିରି ଜିଲାର କାଲିମେଳାରୁ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଅପହରଣ କରାଯାଇଛି l ଘଟଣାର ୩୬ ଘଣ୍ଟା ବିତିଯାଇଥିଲେ ହେଁ ଡାକ୍ତର ଅମ୍ଲାନ କୁମାର ଭୋଇଙ୍କୁ କିଏ ଅପହରଣ କରିଛି ଏବଂ ସେ ଏବେ କେଉଁଠି ଅଛନ୍ତି ତାହାକୁ ନେଇ ରହସ୍ୟ ଲାଗି ରହିଛି। ଡାକ୍ତର ନିଜ ଇଚ୍ଛାରେ କୁଆଡ଼େ ଯାଇଛନ୍ତି ନା ତାଙ୍କୁ ପ୍ରକୃତରେ କେହି ଅପହରଣ କରିନେଇଛନ୍ତି ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପଟେ ସରକାରୀ ବାସଭବନ ନିକଟରୁ ମାଓବାଦୀଙ୍କ ନାଁରେ ଏକ ଚିଠି ମିଳିଥିବାରୁ ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି। ଅପହରଣ ପୂର୍ବରୁ ଅମ୍ଳାନ ଏଟିଏମରୁ ୪୮ ହଜାର ଟଙ୍କା ଉଠାଇଥିବା କୁହାଯାଉଛି। ଏହାବ୍ୟତୀତ ଏକ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ରକରି ଡାକ୍ତରଙ୍କ ସହିତ ମୃତକଙ୍କ ପରିବାର ଲୋକଙ୍କ ସହିତ ବଚସା ହୋଇଥିଲା। ସେ ଦିଗକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ସୂଚନାଯୋଗ୍ୟ, ଅମ୍ଳାନ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ଗତ ଶନିବାର ରାତିରେ ଡ୍ୟୁଟି ସାରି ସେ ନିଜ ସରକାରୀ ବାସଭବନକୁ ଫେରିଥିଲେ। ପରେ ତାଙ୍କ ପତ୍ତା ମିଳି ନ ଥିଲା। କିନ୍ତୁ ତାଙ୍କ ବାସଭବନ ବାହାରେ ମାଓବାଦୀ ନାଁରେ ଚିଠି ପଡ଼ିଥିବା ଏବଂ ସେଥିରେ ଅମ୍ଳାନଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ରହିଥିଲା। ଏହା ପରେ ଗୋଷ୍ଠୀ ସ୍ୱାସ୍ଥ୍ର୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ଅମ୍ଳାନଙ୍କୁ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ। ମାଲକାନଗିରି ଏସଡିପିଓ ସଚିନ ପଟେଲ ଏବଂ କାଲିମେଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚିଠିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।