ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମା ଭଗବତୀ ଫୁଟବଲ ଆସୋସିଏସନ ଛଣଗିରି ଆନୁକୁଲ୍ୟରେ ତୃତୀୟ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୨୪ତାରଖ ଠାରୁ ଅନୁଷ୍ଠିତ ହୋଇ ୨୬ତାରିଖରେ ଶେଷ ହେବ।ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଛଣଗିରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଛଣଗିରି ଆଚଂଳିକ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ସାମନ୍ତରାୟ ସଭାପତିତ୍ୱ କରିଥିବା ବେଳେ ସଂମ୍ପାଦକ ବିଭୂତି ଭୂଷଣ ଦାଶ ଟୁର୍ଣ୍ଣାମେଣ୍ଟ ଉପରେ ସମ୍ୟକ ସୂଚନା ଦେଇଥିଲେ।
ସାମ୍ବାଦିକ ସମ୍ବିଳନୀରେ ଆଥଲେଟିକ ଆସୋସିଏସନ ର ଉପ ସଭାପତି-ଦୁର୍ଗା ପ୍ରସାଦ ସୁନ୍ଦରାୟ,ସେକ ସେରଲି,କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ, ମ୍ୟାନେଜର ଶୁଶାନ୍ତ କୁମାର ପରୀଡା,ଉପଦେଷ୍ଟା ଭାବରେ ପ୍ରମୋଦ ବୈରିଗଂଜନ,ଲଳିତ ପଟ୍ଟନାୟକ, ବିରେନ୍ଦ କୁମାର ଦାଶ,କାଳିଚରଣ ନାୟକ,ସେକ ହମିଦ ରଜାକ ଖାନ,ଯୁଧିଷ୍ଠିର ବଳିୟାରସିଂହ, ଅଲେଖଚନ୍ଦ୍ର ଭୋଇ,ଭାରତ ଭୂଷଣ ସ୍ୱ।ଇଁ,ଭରଜ ବେହେରା, ଭବାନୀ ବରିସଲ,ଅଜୟ ପ୍ରଧାନ, ପ୍ରଭାକର ସାହୁ,କାମଦେବ ପରିଡା,ଶ୍ରୀନିବାସ ଚମ୍ପତିରାୟ ପ୍ରମୁଖ ଉପସ୍ଥିତ ଥିଲେ।ଟୁର୍ଣ୍ଣାମେଣ୍ଟ ୩ଦିନ ଧରି ଚାଲିବ।ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବାହାରର ଖ୍ୟାତନାମା ୪ଟିମ ଅଂଶ ଗ୍ରହଣ କରିବେ।ଟୁର୍ଣ୍ଣାମେଣ୍ଟ ରେ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯିବା।ଗ୍ରାମାଞ୍ଚଳରେ ଫୁଟବଲ ଖେଳର ପ୍ରଚାର ଓ ପ୍ରସାର କରି ଅଂଚଳରେ ଭାଇଚାରା ବଜାୟ ରଖିବାକୁ ଆଥଲେଟିକ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ହୋଇଛି।
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।