ମୋ ଟିଭି ଓଡିଶା / କଳାହାଣ୍ଡି : ୧୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ବ୍ୟବସାୟୀ ଲିଙ୍ଗରାଜ ଅଗ୍ରୱାଲ ଙ୍କ ହାର୍ଡୱେର ଗୋଦାମ ରୁ ଗତ ମାସ ୨୬ ତାରିଖରେ ଦୁର୍ବୁର୍ତ୍ତ ମାନେ ଲୁହା ପାଇପ ରଡ଼ ଚୋରି କରିଥିବା ବେଳେ ଏନେଇ ଲିଙ୍ଗରାଜ ଅଗ୍ରୱାଲ କୋକସରା ଥାନା ରେ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଘଟଣା ର ତଦନ୍ତ କରି କୋକସରା ପୁଲିସ ବେହେରା ଗ୍ରାମର ୪ ଜଣ ଯୁବକ ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ଅଭିଯୁକ୍ତ ମାନେ ହେଲେ ମନୋଜ ସିଂ ଠାକୁର(୩୪), ମିନିକେତନ ପୁଝାରି(୨୨), ହିମାଂଶୁ ନାଏକ(୩୭) ଓ ଜୟଦ୍ରଥ ପଟେଲ(୨୦)। ଅଭିଯୁକ୍ତ ଙ୍କ ଠାରୁ ପୁଲିସ ଚୋରି ହୋଇଥିବା କିଛି ଲୁହା ପାଇପ ରଡ଼ ଜବତ କରିଛି। ଏନେଇ କୋକସରା ପୁଲିସ ପକ୍ଷରୁ ୧୫୧/୨୪ ରେ ମାମଲା ରୁଜୁ କରି ୪ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ତଦନ୍ତକାରୀ ପୁଲିସ ଏସ.ଆଇ ଅନୀଲ ପାଢ଼ୀ ସୂଚନା ଦେଇଛନ୍ତି।
ରିପୋର୍ଟ—ସନତ କୁମାର ପ୍ରଧାନୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।