MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ୪ ଓଏଏସ ବିଦା…..

ମୋ ଟିଭି ଓଡିଶା / ଭୁବନେଶ୍ୱର :

ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟ ଆରମ୍ଭ କରିଛନ୍ତି | ନବୀନ ସରକାରରେ କାର୍ଯ୍ୟ ତୁଲାଉଥିବା ୪ ବରିଷ୍ଠ ଓଏଏସଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବିଦା କରାଯାଇଛି। ଏହି ଅଫିସରମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଛି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଲାଲା ମନୋଜ କୁମାର ରାୟ, ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ ଓ ଓଏସଡି ରବୀନ୍ଦ୍ର କୁମାର ସେଠୀଙ୍କୁ ତତ୍କାଳ ପ୍ରଭାବରୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ ଅଣାଯାଇଛି। ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ରହି ସାଧାରଣ ପ୍ରଶାସନ, ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ ବିଭାଗର ଫାଇଲ୍ ଦେଖୁଥିଲେ। ସେହିପରି ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଶ୍ରମ ଓ ଇଏସଆଇ, ଅନୁସୂଚିତ ଜାତି-ଜନଜାତି କଲ୍ୟାଣ, ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱରେ ରହିଥିଲେ। ସେହିପରି ଓଏଏସ୍ ମନୋଜ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଯୋଜନା ଓ ସଂଯୋଜନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ହସ୍ତତନ୍ତ ଓ ବୟନଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ରହିଥିଲେ। ଓଏଏସ୍ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେ ନବୀନ ନିବାସରେ ରହି ବିଜେଡିର ସାଂଗଠନିକ ବ୍ୟାପାର ଦାୟିତ୍ୱ ବୁଝୁଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।