୪ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର-୨୦୨୪ । ବିଶ୍ୱ ଚେସ୍ ଚାମ୍ପିଅନ ଗୁକେଶ, ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ, ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରବୀଣ କୁମାର, ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ସୁଟର ମନୁ ଭାକରଙ୍କୁ ଖେଳରତ୍ନ ମିଳିବା ନେଇ ଘୋଷଣା କରାଯାଇଛି । ଜାନୁଆରୀ ୧୭ରେ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯିବ ।

ଏନେଇ ଗୁରୁବାର କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। ସବୁଠାରୁ ବଡ଼ କଥା ହେଉଛି ଏଥର ଖେଳରତ୍ନ ବା ଅର୍ଜୁନ ପୁରସ୍କାର ପାଇଁ ଚୟନ ହୋଇଥିବା ଖେଳାଳିଙ୍କ ମଧ୍ୟରେ କୌଣସି କ୍ରିକେଟରଙ୍କ ନାଁ ନାହିଁ। ଏନେଇ କ୍ରୀଡ଼ା ମନ୍ତ୍ରାଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିଶ ଓ ଯାଞ୍ଚ ପରେ ସରକାର ଏହି କ୍ରୀଡ଼ାବିତ, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରକାଶ ଯୋଗ୍ୟ ୨୦୨୪ ପାଇଁ ଖେଳରତ୍ନ ସହିତ ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ମଧ୍ୟ ତିନୋଟି ବିଶ୍ୱବିଦ୍ୟାଳୟ ନାଁ ଘୋଷଣା କରାଯାଇଛି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।