MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଦ୍ୟାଳୟ ଅର୍ଥ ଆତ୍ମସାତ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ


ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲ୍ଲା ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ ପ୍ରମାଣକୁ ଭିର୍ତ୍ତି କରି ବାଲିଗୁଡା ବ୍ଲକ ଅନ୍ତର୍ଗତ ଡୁକୁଲାମିଲା ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୁ ନନ୍ଦନ କେଶରୀ ନାୟକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ରାୟ ପ୍ରକାଶ ପରେ ଶ୍ରୀ ନାୟକକୁ ଜେଲକୁ ପଠା ଯାଇଛି ।

ସୂଚନା ଯୋଗ୍ୟ ଯେ, ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଆସିଥିବା ଅନୁଦାନ ଅର୍ଥ ଘର ନକରି ସିଧା ସଳଖ ଚଳୁ କରି ଦେଇଥିବା ଖବର ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିର୍ତ୍ତି କରି ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇ ୟୁ /ଏସ ୧୩ (୨ )ଆର /ଡ଼ବ୍ଲ୍ୟୁ ୧ ୩ (୧ )(ସି )(ଡି )ପିସି ଆକ୍ଟ ୧ ୯ ୮ ୮/୪ ୦୯ /୧୨୦(ବି )ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଏହାର ବିଚାର କରାଯାଇ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା ।

ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁ ନନ୍ଦନ କେଶରୀ ନାୟକଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ନିକଟକୁ ଚିଠି ଲେଖାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।