January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜଧାନୀରେ ୪୩୬ ଡେଙ୍ଗୁ ରୋଗୀ; ପଟିଆ ଏକ ନମ୍ବରରେ ରହିଛି

ମୋ ଟିଭି ଓଡିଶା / ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାସତ୍ୱେ ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ଖଣ୍ଡଗିରି ଏବଂ ଜାଗମରା ଅଞ୍ଚଳରୁ ଅଧିକ ଚିହ୍ନଟ ହେଉଥିବାବେଳେ ଏବେ ପଟିଆ ଏକ ନମ୍ବରରେ ରହିଛି ବୋଲି ଜଣାପଡିଛି। ସେହିପରି ସହିଦନଗର, ସାଲିଆସାହି ଅଞ୍ଚଳରେ ମଧ୍ୟ ଆକ୍ରାନ୍ତ ରହିଛନ୍ତି। ରାଜଧାନୀରେ ଏପର୍ଯ୍ୟନ୍ତ ପ୍ରାୟ ୧୫ହଜାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରୁ ୪୩୬ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ମୋଟ ୧୯,୧୭୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ୯୧୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୩୬ଜଣ ଚିହ୍ନଟ ହୋଇଥିବା ବେଳେ ୨୬୮ ରୋଗୀଙ୍କ କୌଣସି ତଥ୍ୟ ନାହିଁ। ସେହିପରି ଅନ୍ୟ ଜିଲାରୁ ୪୫ ଓ ଖୋର୍ଦ୍ଧା ଅଞ୍ଚଳରୁ ୧୭୦ ଚିହ୍ନଟ ହୋଇଥିବା ଜଣାପଡିଛି।

ଗତବର୍ଷ ଜୁଲାଇରେ ୫ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇରେ ୨୦୨ ଚିହ୍ନଟ ହୋଇଛନ୍ତି। ସେହିପରି ଅଗଷ୍ଟରେ ହଜାରେ ପରେ ମାମଲା ଥିବାବେଳେ ଚଳିତ ବର୍ଷ ଏହାଠାରୁ ଢେର ଗୁଣରେ କମ୍‌‌ ରହିଛି। ଅନ୍ୟପଟେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଏବଂ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉ ଥିବାବେଳେ ମଶାଧୂଆଁ ଏବଂ ମଶାତେଲ ପକାଯାଉଛି। ସ୍ୱେଚ୍ଛାସେବୀ ଘରକୁ ଘର ଯାଇ ସଚେତନ କରିବା ସହିତ ମଶା ଉତ୍ସ ନଷ୍ଟ କରୁଛନ୍ତି। ଏବେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବଢାଇବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।