ଶାନ୍ତିର ସାଗର,ଦୁଃଖ ହର୍ତ୍ତା ସୁଖ କର୍ତ୍ତା,ପରମ କଲ୍ୟାଣମୟ କଲ୍ୟାଣକାରୀ,ସର୍ବ ଶକ୍ତିମାନ,ମହାକାଳେଶ୍ୱର ଦେବ ଶିବ ଲୋକନାଥଙ୍କ ଆରାଧନା ସ୍ଥଳ ଖୋର୍ଦ୍ଧା ଜିଲ୍ଲା ବଡପୋଖରୀଆ ଓମଶାନ୍ତି ବରଦାନୀ ଭବନରେ ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓମଶାନ୍ତି ବରଦାନୀ ଭବନର ମୂଖ୍ୟ ଭାଇ ସଚିନ ବଳିୟାରସିଂହଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟିତ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଭୂବନେଶ୍ୱର ର ପରମ ପୂଜନୀୟା ରାଜଯୋଗିନୀ ବ୍ରହ୍ମକୁମାରୀ ଗୀତା ଦିଦିଜୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟାପିକା ଭଉଣୀ ବିକେ ପ୍ରତିଭା ମହାରଥୀ,ମାଉଣ୍ଟ ଆବୁର ସଂଚାଳକ ସୁରେନ୍ଦ୍ର ଭାଇ ,ଭାଇ ବିକେ ବିଜୟ,ଭୂବନେଶ୍ୱର ଲକ୍ଷ୍ମୀ ବିହାର ପାଠଶାଳାର ସଂଚାଳିକା କଲ୍ୟାଣୀ ଦିଦୀ,ଭୂବନେଶ୍ୱର ୟୁନିଟ ୩ ପାଠଶାଳାର ସଂଚାଳିକା ତ୍ରିପୁରା ଦିଦି ପ୍ରମୁଖ ଯୋଗଦେଇ ମଂଚରେ ପ୍ରଦୀପ ପ୍ରଜ୍ୱଳନ ରି ଉଦଘାଟନ କରିଥିଲେ ।

ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ,ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ କିଭଳି ସୁଫଳ ମିଳିଥାଏ ଆତ୍ମା ଓ ପରମାତ୍ମାଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଶତାଧିକ ଓମଶାନ୍ତି ଭାଇ ଭଉଣୀ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଯୋଗଦେଇଥିଲେ। ପ୍ରଥମେ ଶତାଧିକ ଓମଶାନ୍ତି ଭାଇ ଭଉଣୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ନିଳଗିରି ପାଟଣା ଓ ବୋଡଗଂରା ଗ୍ରାମର ସମସ୍ତ ସାହି ପରିକ୍ରମା କରି ବଡପୋଖରୀଆ ବରଦାନୀ ଭବନଠାରେ ପହଞ୍ଚିବା ପରେ ଉତ୍ସବ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା। ବରଦାନୀ ଭବନ ଠାରେ ଓମଶାନ୍ତି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ୪ର୍ଥ ବାର୍ଷିକ ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇ ଶେଷ ହୋଇଯାଇଛି।
ମୋ ଟିଭି ଓଡିଶା, ଖୋର୍ଦ୍ଧା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।