ମୋ ଟିଭି ଓଡିଶା / ସୋର : ୨୦/୦୭/୨୪
ଆନ୍ତରାଜ୍ୟ ୫ ଦୁର୍ଦାନ୍ତ ଡକାୟତ କୁ ଗିରଫ କଲା ସୋର ପୋଲିସ l ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ପାଣି ସିମୁଳିଆ ଛକରୁ ଗତ ୬ ତାରିଖରେ ୫ ଲୁଟେରା ଫାଇରିଙ୍ଗ କରି ୩ ଲକ୍ଷ ଟଙ୍କା ଲୁଟି ନେବା ଘଟଣା ଓ ୯ ତାରିଖ ଖଇରା ଥାନା ବର୍ତ୍ତନl ବଜାର ରେ ଥିବା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଗୁଳି ଫୁଟାଇ ୧୨ଲକ୍ଷ ଟଙ୍କା ଲୁଟ ଘଟଣାରେ ଜିଲ୍ଲା ପୋଲିସ ୫ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି l ଅଭିଯୁକ୍ତ କୁ ଧରିବାରେ ସଦର ଏସଡିପିଓ ଶଶାଙ୍କ ଶେଖର ବେୱରା ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଓ ଖଇରା ଆଇଆଇସି ଗୟାଧର ବେହେରା ଙ୍କର ମିଳିତ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହେlଇଛି l ଅଭିଯୁକ୍ତଙ୍କ ଠାରୁ ଗୋଟାଏ ବିଦେଶି ବନ୍ଧୁକ, ଅଫୁଟା ଗୁଳି ୫ଟା, ମାଗାଜିନ୍ ୨ଟା ୧ ଲକ୍ଷ ୫୯ହଜାର ଟଙ୍କା ଉଦ୍ଧାର କରିଥିବା ସହିତ ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ୧୮ ରୁ ଉର୍ଦ୍ଧ ମାମଲା ଥିବା ନେଇ ବାଲେଶ୍ୱର ଏସପି ସାଗରିକ ନାଥ ସୋର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।