ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ) : ୦୨/୧୧/୨୪
ଆଜି ନଭେମ୍ବର 2 ତାରିଖ ଶନିବାର ରାତି 2ଟା ରୁ 3ଟା ମଧ୍ୟରେ ଟପରିଆ – ବୈକଟ ପାଲି ନିକଟରେ ଟ୍ରଲର ଓ ଟାଟା ମ୍ୟାଜିକ ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି ।

ତେବେ ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ହେମଗିରି ଡାକ୍ତର ଖାନା ସୂତ୍ରରୁ ଜଣାପଡିଛି । ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ , ଜଣଙ୍କର ରାୟ ଗଡରେ ମୃତ୍ୟୁ ହୋଇଛି ଓ ଅନ୍ୟ ତିନିଜଣଙ୍କର ହେମଗିରି ଡାକ୍ତର ଖାନାରେ ମୃତ୍ୟୁ ହୋଇଛି।

ହେମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତଦନ୍ତ ଚାଲୁ ରଖିଛି।ମୃତକ ମାନେ ହେଲେ – ରକ୍ଷାପାଳ ସା ( ସେରିନ ପିଣ୍ଡା), ଯୋଗେଶ କିଶାନ ( କନ୍ଦା ଧୁଡ଼ା), ଜନକ ରାମ ମାଝି ( କନ୍ଦା ଧୁଡା), ଭାଟ ପଧାନ ( କନ୍ଦା ଧୁଡ଼ା ) ଓ ଡୋଳା ମଣି ସିଦାର,( ଚକା ବାହାଲ)। ଅନ୍ୟ ଜଣଙ୍କର ପରିଚୟ ମିଳି ନାହିଁ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।