ମୋ ଟିଭି ଓଡିଶା / ଖୋର୍ଦ୍ଧା : ୧୩/୦୭/୨୪
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡକ ରାମେଶ୍ୱର ପଟାସ ଜଂଗଲ ନିକଟରେ ଗତ ଗୁରୁବାର ବିଳମ୍ବିତ ଡକାୟତି ଉଦ୍ୟମ କରୁଥିବା ବେଳେ ଖବର ପାଇ ନିରାକାରପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ୫ଜଣ ଡକାୟତ ଗିରଫ। ଗିରଫ ଡକାୟତ ମାନଙ୍କ ଠାରୁ ଦୁଇଟି ବନ୍ଧୁକ ଦୁଇଟି ଜୀବନ୍ତ ଗୁଳି, ଲଙ୍କା ଗୁଣ୍ଡ, କିଛି ରାସାୟନିକ ସ୍ପ୍ରେ ଲୁହାରଡ, କଇଁଚି ଇତ୍ୟାଦି ମାରଣାସ୍ତ୍ର ସହିତ ଦୁଇଟି ଦାମୀ କାର ଜବତ କରିଛି ପୋଲିସ। ଗିରଫ ଡକାୟତ ମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟିର କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀଧର ପ୍ରଧାନ, ରଣପୁର ର ସନ୍ତୋଷ ପ୍ରଧାନ, ପୁରୀର ମିଟୁ ପ୍ରଧାନ ଓ ଖୋର୍ଦ୍ଧା ର ସଂଗ୍ରାମ ମଗଂରାଜ।
ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଏସ୍ପି ବିଶେଷ ସୂତ୍ରରୁ ସୂଚନା ପାଇଥିଲେ ନୂଆ ଜଗନ୍ନାଥ ସଡକରେ ଏକ ଡକାୟତ ଦଳ ଡକାୟତ ପାଇଁ ଉଦ୍ୟମ କରୁଛନ୍ତି। ଏସ୍ପିଙ୍କ ଠାରୁ ସୂଚନା ପାଇ ବାଲୁଗାଁ ଏସଡିପିଓ ନିର୍ଦ୍ଦେଶ କ୍ରମେ ନିରାକାରପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।୮/୯ଜଣ ଡକାୟତ ଦୁଇଟି ଦାମୀ କାର ଓ ଦୁଇଟି ମୋଟର ସାଇକେଲ ରେ ଆସି ନୂଆ ଜଗନ୍ନାଥ ସଡକ ରାମେଶ୍ୱର ପଟାସ ଜଂଗଲ ନିକଟରେ ରହି ଡକାୟତି ଉଦ୍ୟମ କରୁଥିବା ବେଳେ ନିରାକାରପୁର ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ପୋଲିସର ଅତର୍କିତ ଚଢ଼ାଉ ଦେଖି ୩/୪ଜଣ ଡକାୟତ ଦୁଇଟି ମୋଟର ସାଇକେଲରେ ଫେରାର ହୋଇଥିଲେ ଘଟଣା ସ୍ଥଳରୁ ପୋଲିସ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ଡକାୟତ ମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଡକାୟତ ମାନଙ୍କ ମାଷ୍ଟର ମାଇଣ୍ଡ ନୟାଗଡ଼ ଇଟାମାଟିର ଦିଲ୍ଲୀପ ପ୍ରଧାନ ଫେରାର ହୋଇଛି। ମାଷ୍ଟର ମାଇଣ୍ଡ ଦିଲ୍ଲୀପକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।