February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବସ ଭିତରୁ ୫୦କେଜି ରୂପା ସହିତ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃତ୍ତ

ମୋ ଟିଭି ଓଡିଶା / ବ୍ରହ୍ମପୁର : 27/07/2024


କଲିକତା ର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି କଲିକତା ଫେରୁଥିବା ବେଳେ ରାସ୍ତା ରେ ୫୦ KG ରୂପା ସହିତ ନଗତ ୪ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଚୋରୀ ହୋଇଥିବା ଘଟଣା ସାମ୍ନା କୁ ଆସିଛି । ମିଥୁନ ବ୍ୟବସାୟ ସାରି ବ୍ରହ୍ମପୁର ରୁ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଯୋଗେ କଲିକତା ଫେରୁଥିବା ବେଳେ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସ ଟି ଅଟକିଥିଲା…. ଯାତ୍ରୀ ମାନେ ଜଳଖିଆ ଖାଇବା ପାଇଁ ରଖିଥିଲା । ସେଇ ସମୟ ରେ ମିଥୁନ ମଣ୍ଡଳ ବସ ର ସ୍ଲିପର ସିଟ ରେ ଏକ ବ୍ୟାଗ୍ ରେ ୫୦ କେଜି ଓଜନର ରୂପା ଓ ନଗଦ ୪ ଲକ୍ଷ ୯୨ ହଜାର ଟଙ୍କା ରଖି, ଚା ପିଇବା ପାଇଁ ବସ ରୁ ଓହ୍ଲାଇ ଥିଲେ… ସେଇ ସମୟ ରେ ଏକ କାର ରେ ଚାରି ଜଣ ଲୁଟେରା ଆସି ବସ ଭିତରୁ ସେଇ ବ୍ୟାଗ୍ ଟିକୁ ଧରି ଆଖି ପିଛୁଳାକେ ଚଂପଟ ମାରିଥିଲେ । ମିଥୁନ ଚା ପିଆ ସାରି ବସ ଭିତର କୁ ଆସି ତାର ବ୍ୟାଗ୍ ନ ଥିବା ଦେଖି ଭାଙ୍ଗି ପଡିଥିଲେ ଓ ସଙ୍ଗେ ସଙ୍ଗେ ନିକଟସ୍ତ ଭେଜିପୁଟ ଫାଣ୍ଡି ରେ ଏତଲା ଦେଇଥିଲେ । ପୋଲିସ ସେହି କାର ପିଛା କରିଥିବା ବେଳେ… ଏପର୍ଯ୍ୟନ୍ତ ଦୁବୃତ୍ତ ଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ ।


-ଏଠି ବଡ଼ ପ୍ରଶ୍ନ ଉଠୁଚି ରାଜପଥ ରେ ବସ ଯାତ୍ରୀ କେତେ ସୁରକ୍ଷିତ…. ୨୪ଘଣ୍ଟା ରାଜପଥ ରେ ପେଟ୍ରୋଲିଙ୍ଗ ପୋଲିସ ପଇଁତରା ମାରୁଛି ଏବଂ ଅନ୍ୟପଟେ ପୋଲିସ୍ ଫାଣ୍ଡି ନିକଟରୁ ଚୋରି ହେବା ଘଟଣା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଛି… ଅନ୍ୟପଟେ ଖଲ୍ଲିକୋଟ ପୋଲିସ ର ଢିଲା ପଣ ବା ପେଟ୍ରୋଲିଂ କରିନଥିବା ହେତୁ ୨ସପ୍ତାହ ଙ୍କ ମଧ୍ୟରେ ୪ଥର ଲୁଟ ହେଲାଣି…. ତଥାପି ଲୁଟେରା ଗ୍ୟାଙ୍ଗ ପାଖରେ ପହଂଚି ପାରୁନି ପୋଲିସ….
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।