ମୋ ଟିଭି ଓଡିଶା / ସୋର : ୦୬/୦୭/୨୦୨୪
ଔପଦା ଟ୍ରିପିଲ ହତ୍ୟା ଘଟଣାରେ ଅଟକ ୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଔପଦା ପୋଲିସ ଆଜି ୬ ଅଭିଯୁକ୍ତଙ୍କୁ ନୀଳଗିରି କୋର୍ଟ ଚାଲାଣ କରିଛି l ହତ୍ୟା ଘଟଣାରେ ମୁଖ୍ୟଅଭିଯୁକ୍ତ ମାଧ ସିଂ ତାର ଭାଇ ହରି ସିଂ, ଛେଲିଆ ସିଂ, ବାପି ସିଂ, ଚନ୍ଦ୍ରମଣୀ ସିଂ ଓ ବୁଦ୍ଧିଆ ସିଂଙ୍କୁ ଔପଦା ପୋଲିସ ନୀଳଗିରି କୋର୍ଟକୁ ଚାଲାଣ କରିଛି l ଗତ ଗୁରୁବାର ସକାଳେ ମୃତ ସମ୍ଭାରୀ ପୁଅ ନିରଞ୍ଜନ ସିଂ ଅଭିଯୋଗ କ୍ରମେ ଔପଦା ପୋଲିସ ବରପଦା ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲିଆ ପାହାଡ଼ରୁ ତିନି ମୃତ ସମ୍ବାରି ସିଂ, ଦମ୍ପା ସିଂ ତାର ସ୍ତ୍ରୀ ପାଗିଳିର ମୃତଦେହକୁ ଉଦ୍ଧାର କରିଥିଲା l ଗଳିତ ଶବ ଗୁଡିକ ଅତି ବିଭତ୍ସଭାବେ ହତ୍ୟା କରାଯାଇ ଫୋପାଡ଼ି ଦିଆଯାଇଥିଲା ଦଲଦଲିଆ ପାହାଡ଼ରେ l ସେହି ଘଟଣାରେ ଔପଦା ପୋଲିସ ବରପଦା ଗାଁର ମୁଖ୍ୟଅଭିଯୁକ୍ତ ମାଧ ସିଂ ଓ ତାର ଭାଇ ହରି ସିଂ ନିଜ ଘର ପଛ ପଟେ ଗାଁର ତିନି ମୃତକଙ୍କୁ ପ୍ରଥମେ ପିଟିପିଟି ମାରିବା ପରେ ବିଭତ୍ସ ଭାବେ ବେକକୁ କତlରେ କାଟି ଗାଁ ଠାରୁ ୫ କିଲୋମିଟର ଦୂର ଦଲଦଲି ପାହାଡ଼ରେ ଫୋପାଡ଼ି ଦେଇଥିଲେ l
ମୁଖ୍ୟ ଅଭିଯୁକ୍ତ ଛେଲିଆ ସିଂ ଓ ମାଧ ସିଂ କହିଛି ସମ୍ଭାରୀ, ଦମ୍ପା ସିଂ ଓ ତାର ସ୍ତ୍ରୀ ପାଗିଳି ସବୁବେଳେ ଗୁଣିଗାରେଡି କରି ମାଧ ପରିବାର ସମେତ ଅନ୍ୟ ପରିବାରକୁ ହଇରାଣ ହରକତ କରୁଥିବ ଯୋଗୁ ଅଭିଯୁକ୍ତ ମାଧ ସିଂ ଛେଲିଆ ସିଂ ପୂର୍ବ ଯୋଜନା ବଦ୍ଧଭାବେ ହତ୍ୟା କରିଥିବା ଔପଦା ପୋଲିସ ଠାରେ ସ୍ବିକାର କରିଛନ୍ତି l ଗତ ୩୦ ତାରିଖ ରବିବାର ଅପରାହ୍ନ ୪ ଟାରୁ ସମ୍ବାରି, ଦମ୍ପା ଓ ପାଗିଳିକୁ ନିସ୍ତୁକ ଗାଁର ଆଠରୁ ନଅ ଜଣ ପିଟିପିଟି ମାରିଦେଇଥିଲେ l ସେହି ରାତିରେ ରାତିରେ ଭାର କରି ତିନି ମୃତକଙ୍କୁ ଦଲଦଲିଆ ପାହାଡ଼ ଉପରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ l ଏଭଳି ଏକ ଘଟଣାରେ ଔପଦା ପୋଲିସ୬ ଜଣ ଅଭିଯୁକ୍ତଙ୍କୁ ଆଜି ନୀଳଗିରି କୋର୍ଟ ଚାଲାଣ କରିଛି l ଅନ୍ୟ ଅଭିଯୁକ୍ତଙ୍କୁ ଔପଦା ପୋଲିସ ଖୁବଶୀଘ୍ର ଧରିବ କହିଛି ଔପଦା ପୋଲିସ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।