ବେଙ୍ଗାଳୁରୁ, ଅହମ୍ମଦାବାଦ ପରେ କୋଲକାତାରୁ ଚିହ୍ନଟ ହେଲା HMPV ଆକ୍ରାନ୍ତ। ବେଙ୍ଗାଳୁରୁରେ ପ୍ରଥମେ ଜଣେ ୮ ମାସର ଶିଶୁ ଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ ବା HMPV ଚିହ୍ନଟ ହୋଇଥିଲା। ବେଙ୍ଗାଳୁରୁର ବାପ୍ଟିଷ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଠାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଛି। ସେହିପରି ଆଉ ଜଣେ ୩ ମାସର ଶିଶୁଠାରେ ମଧ୍ୟ ଏହି HMPV ଚିହ୍ନଟ ହୋଇଛି। ତେବେ ୩ ମାସର ଶିଶୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହିପରି ତୃତୀୟ ପଜିଟିଭ ଗୁଜରାଟ ଅହମ୍ମଦାବାଦରୁ ଚିହ୍ନଟ ହୋଇଛି। ଅହମ୍ମଦାବାଦରେ ଜଣେ ୨ ମାସ ଶିଶୁଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଚେନ୍ନାଇରେ ଦୁଇ ଜଣ ଏବଂ କୋଲକାତାରେ ମଧ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଏବଂ ସେମାନଙ୍କ ପରିବାରର ନିକଟରେ କୌଣସି ବିଦେଶ ଯାତ୍ରା ରେକର୍ଡ ନାହିଁ। ଏହି ଭାଇରସ ସାଧାରଣତଃ ୧୧ ବର୍ଷ ବୟସରୁ କମ ବୟସର ଶିଶୁଙ୍କ କ୍ଷେତ୍ରରେ ଦେଖାଯାଏ।
ମୋ ଟିଭି ଓଡିଶା ଡେସ୍କ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।